Spread the love

ଭୂବନେଶ୍ୱର, ୦୪/୧୨ : ପୁରୀ ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ଆଜି ନୌସେନା ତା’ର ପରାକ୍ରମ ଦେଖାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଡେମୋର ଉଦ୍‌ଘାଟନ କରିଛନ୍ତି। ପ୍ରଥମ କରି ପୁରୀରେ ନୌସେନା ଦିବସ ପାଳିତ ହେଉଛି। ଏଥିରେ ୧୫ଟି ଯୁଦ୍ଧ ଜାହାଜ, ୩୭ ଏୟାରକ୍ରାଫ୍ଟ, ଗୋଟିଏ ବୁଡ଼ା ଜାହାଜ ସାମିଲ ହୋଇଥିବାବେଳେ ବେଳାଭୂମିରେ ସତେ ଯେମିତି ଯୁଦ୍ଧର ଭ୍ରମ ସୃଷ୍ଟି ହୋଇଛି।

ଆମ ଦେଶର ନୌବୀରମାନେ ଜଳପଥରେ ସେମାନଙ୍କର ରଣକୌଶଳ ଦେଖାଉଛନ୍ତି। ରାଷ୍ଟ୍ରପତିଙ୍କ ସହିତ ଗଜପତି ମହାରାଜା, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ କନକବର୍ଦ୍ଧନ ସିଂଦେଓଙ୍କ ସମେତ ରାଜ୍ୟ ମନ୍ତ୍ରିମଣ୍ଡଳ ସଦସ୍ୟ, ଏମ୍‌ପି ଏବଂ ବିଧାୟକମାନେ ମଧ୍ୟ ଉପସ୍ଥିତ ଅଛନ୍ତି। ନୌସେନାର ବୀରତ୍ୱ ଦେଖିବା ପାଇଁ ହଜାର ହଜାର ଲୋକ ଏକତ୍ରିତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *