Spread the love

ଭୂବନେଶ୍ୱର: ପରିବର୍ତ୍ତନ ହେଲା ରାଜ୍ୟ କ୍ୟାବିନେଟ୍‌ ଢ଼ାଞ୍ଚା। କ୍ୟାବିନେଟ୍‌ ବୈଠକରେ ସଚିବଙ୍କ କ୍ଷମତା ସଂକୁଚିତ ହେଲା। ମନ୍ତ୍ରୀଙ୍କ କ୍ଷମତା ବୃଦ୍ଧି ପାଇ ହେଲା ନିଷ୍ପତ୍ତି। ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ସବୁ ବିଭାଗକୁ ଏନେଇ ଚିଠି ଲେଖିଲେ ସଂସଦୀୟ ସଚିବ।

ସେହିପରି ୫ ଦିନ ପୂର୍ବରୁ ଚୂଡ଼ାନ୍ତ ହେବ କ୍ୟାବିନେଟ୍‌ ବସିବା ତାରିଖ।

୩ ଦିନ ପୂର୍ବରୁ ଚୂଡ଼ାନ୍ତ ହେବ କ୍ୟାବିନେଟ୍‌ର ସମସ୍ତ ପ୍ରସ୍ତାବ। ୨ ଦିନ ପୂର୍ବରୁ ମନ୍ତ୍ରୀଙ୍କ ପାଖକୁ ଯିବ କ୍ୟାବିନେଟ୍‌ ପ୍ରସ୍ତାବ। ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତିରେ ପ୍ରସ୍ତାବ କ୍ୟାବିନେଟ୍‌କୁ ଆସିପାରିବନି। ସେହିପରି ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତିରେ ବିଭାଗୀୟ କ୍ୟାବିନେଟ୍‌ ବସିପାରିବନି।ଆବଶ୍ୟକ ସ୍ଥଳେ ବିଭାଗୀୟ ସଚିବ କ୍ୟାବିନେଟ୍‌ ରୁମ୍‌କୁ ଯାଇପାରିବେ। ପାରିତ ପ୍ରସ୍ତାବକୁ ତୁରନ୍ତ କାର୍ଯ୍ୟକାରୀ କରାଇବା ମନ୍ତ୍ରୀଙ୍କ ଦାୟିତ୍ବ ରହିବ। କ୍ୟାବିନେଟ୍‌ରେ ମୁଖ୍ୟ ସଚିବ ଓ ଉନ୍ନୟନ କମିଶନର ବ୍ୟତୀତ ଅନ୍ୟଙ୍କୁ ବାରଣ ରହିଛି।

Leave a Reply

Your email address will not be published. Required fields are marked *