Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ପରୀ’ ପାଇଁ ରାଜଭବନ ଆଗରେ ବିଜେପିର ପ୍ରତିବାଦ, ବିଜେଡି କହିଲା-ରାଜନୀତି କରା ନ ଯାଉ

ଜେ. ବି. ଏନ୍ (୦୭/୧୨/୨୦୨୦)
ଭୁବନେଶ୍ଵର: ‘ପରୀ’କୁ ନ୍ୟାୟ ଦେବା ଲାଗି ବିଜେପି ଏହାର ଆନ୍ଦୋଳନକୁ ତୀବ୍ର କରିଛି। ସୋମବାର ବିଜେପି ପକ୍ଷରୁ ରାଜଭବନ ସମ୍ମୁଖରେ ପ୍ରତିବାଦ କରାଯାଇଛି। ଶତାଧିକ ବିଜେପି ନେତା, କର୍ମୀମାନେ ରାଜଭବନ ସମ୍ମୁଖରେ ଧାରଣାରେ ବସିଛନ୍ତି। ମାମଲାର ସିବିଆଇ ତଦନ୍ତ ସହିତ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବିରେ ବିଜେପି ସଭାପତି ସମୀର ମହାନ୍ତିଙ୍କ ସମେତ ବହୁ ଦଳୀୟ ନେତା ଏହି ଧାରଣାରେ ସାମିଲ ହୋଇଛନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି।
ଅନ୍ୟପଟେ ‘ପରୀ’ ମାମଲାରେ ବିଜେପିର ଏହି ଧାରଣା ସମ୍ପର୍କରେ ବିଜେଡି ପ୍ରତିକ୍ରିୟା ଦେଇ କହିଛି, ଘଟଣାକୁ ରାଜନୀତିକରଣ କରା ନ ଯାଉ। ବିଜେଡି ଉପସଭାପତି ଦେବୀ ମିଶ୍ର ଗଣମାଧ୍ୟମକୁ କହିଛନ୍ତି, ମାମଲାର ଏସଆଇଟି ତଦନ୍ତ ଚାଲିଛି। ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ତଦନ୍ତ ପାଇଁ ୨ ସପ୍ତାହ ସମୟ ମାଗିଛନ୍ତି। ପ୍ରତିବାଦ ନ କରି ପ୍ରକୃତ ତଥ୍ୟ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରାଯାଉ। ଏହା ଏକ ସମ୍ବେଦନଶୀଳ ଘଟଣା। ପରୀକୁ ନ୍ୟାୟ ମିଳୁ ବୋଲି ସମସ୍ତେ ଚାହୁଁଛନ୍ତି। ଘଟଣାକୁ ବେଶୀ ରାଜନୀତିକରଣ କରା ନ ଯାଉ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ନୟାଗଡ଼ର ପରୀ ହତ୍ୟା ମାମଲାର ତଦନ୍ତ ଏବେ ଏସଆଇଟି କରୁଛି। ତେବେ ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ଉଠିଥିବାରୁ ନିରପେକ୍ଷ ତଦନ୍ତ ଲାଗି ତାଙ୍କ ଇସ୍ତଫା ଦାବି କରିବା ସହିତ ମନ୍ତ୍ରିମଣ୍ଡଳରୁ ବହିଷ୍କାର ଦାବି କରିଛି ବିଜେପି।