ପାଇଲଟ୍ ସ୍ମିତ ମଚ୍ଛାରଙ୍କ ସାହସକୁ ନେତନ୍ୟାହୁଙ୍କ ସଲାମ, ମୋଦିଙ୍କ ସହ ଇସ୍ରାଏଲ ନିମନ୍ତ୍ରଣ
ନୂଆଦିଲ୍ଲୀ: ବିମାନ ଉଡ଼ାଣ ସମୟରେ ଅସାଧାରଣ ସାହସ ଓ ଦାୟିତ୍ୱବୋଧ ପ୍ରଦର୍ଶନ କରି ୧୭୦ରୁ ଅଧିକ ଯାତ୍ରୀଙ୍କ ଜୀବନ ରକ୍ଷା କରିଥିବା ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଚ୍ଛାରଙ୍କୁ ଇସ୍ରାଏଲ ପକ୍ଷରୁ ସମ୍ମାନିତ କରାଯିବ। ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ସ୍ମିତଙ୍କ ସାହସିକ ପଦକ୍ଷେପକୁ ପ୍ରଶଂସା କରିଛନ୍ତି।
ଇସ୍ରାଏଲର ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କ୍ୟାପ୍ଟେନ୍ ସ୍ମିତ ମଚ୍ଛାରଙ୍କୁ ମଧ୍ୟ ଇସ୍ରାଏଲ ଆସିବାକୁ ନେତନ୍ୟାହୁ ନିମନ୍ତ୍ରଣ କରିଥିବା ସୂଚନା ମିଳିଛି।
ଉଡ଼ାଣ ସମୟରେ ସୃଷ୍ଟି ହୋଇଥିବା ଜଟିଳ ପରିସ୍ଥିତିରେ ସ୍ମିତ ଦେଖାଇଥିବା ଧୈର୍ଯ୍ୟ, ଦକ୍ଷତା ଓ ସାହସ ଯୋଗୁଁ ଶତାଧିକ ଯାତ୍ରୀଙ୍କ ଜୀବନ ସୁରକ୍ଷିତ ହୋଇଥିଲା। ଏହି ଅସାଧାରଣ ସାହସିକତା ପାଇଁ ଇସ୍ରାଏଲ ପକ୍ଷରୁ ତାଙ୍କୁ ସମ୍ମାନ ଦିଆଯିବାକୁ ଘୋଷଣା କରାଯାଇଛି।
