Spread the love

ମୟୁରଭଞ୍ଜ:ପାହାଡପୁରରେପହଁଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମହୁଲଡିହା ଘରୁ ସ୍ୱତନ୍ତ୍ରହେଲିକେପ୍ଟରଯୋଗେବାହାରି ପାହାଡପୁରରେପହଁଚିଲେ । ରାଷ୍ଟ୍ରପତିଙ୍କୁ ଦେଖିବାକୁ ରାସ୍ତାରେ ପ୍ରବଳ ଭିଡ ଦେଖାଦେଇଛି । ଏଥିସହ ପିଲାମାନଙ୍କୁ ଚକୋଲେଟ ବାଣ୍ଟିଛନ୍ତି । କିଛି ଘଣ୍ଟା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରାଷ୍ଟ୍ରପତିଙ୍କ ଗାଁ ପାହାଡପୁରକୁ ଆସୁଛନ୍ତି ।

ସେଠାରେ ଥିବା ଗୋଷାଣୀ ପୀଠରେ ଉଭୟ ପୂଜା କରିବେ । ସାନ୍ତାଳୀଙ୍କ ପବିତ୍ର ପୀଠ ଜାହିରା ଯିବେ । ସ୍କିଲ ସେଣ୍ଟରରେ ହିତାଧିକାରୀଙ୍କ ସହ ଆଲୋଚନା କରିବେ । ପାହାଡପୁରରେ ଥିବା ରାଷ୍ଟ୍ରପତିଙ୍କ ସ୍କୁଲକୁ ଯିବେ । ଏବଂ ପାହାଡପୁର ସ୍କୁଲରେ ପିଲାଙ୍କ ସହ କିଛି ସମୟ ବିତାଇବେ । ତେବେ କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଛି ”ବିକାଶର ଧାରା, ଓଡ଼ିଶା ସାରା”। ଏହି ଅବସରରେ ୪୭ହଜାର ୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ ହେବ। ପ୍ରଧାନମନ୍ତ୍ରୀ ସେଠାରେ ଏକ ଜନସମାବେଶକୁ ମଧ୍ୟ ସମ୍ବୋଧିତ କରିବେ। ଏହି କାର୍ଯ୍ୟକ୍ରମ ସମୟରେ, ଶକ୍ତି, ଶିଳ୍ପ ଭିତ୍ତିଭୂମି, ସଡ଼କ ଯୋଗାଯୋଗ, ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା, ପର୍ଯ୍ୟଟନ ଏବଂ ଜଳସେଚନ ସମେତ ପ୍ରମୁଖ କ୍ଷେତ୍ରର ପ୍ରକଳ୍ପଗୁଡ଼ିକର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ।

Leave a Reply

Your email address will not be published. Required fields are marked *