Spread the love

ପିଡିଏସ ବଣ୍ଟନ ଦାବିରେ ଶାନ୍ତି ପୁର୍ଣ୍ଣ ଭାବରେ ପଞ୍ଚାୟତ ସମ୍ମୁଖରେ ଗଣଧାରଣା

କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ର ଚିଙ୍ଗୁଡ଼ିସର ପଞ୍ଚାୟତ ନୂଆଁ ଆଶା ଓ ବିଶ୍ୱାସର ସହ 2017ମସିହାରେ ଗଢ଼ିଥିବାଏହି ଚିଙ୍ଗୁଡ଼ିସର ଗ୍ରାମପଞ୍ଚାୟତ କିନ୍ତୁ ଆଜିବି ହିତାଧିକାରୀ ମାନେ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଚିଙ୍ଗୁଡ଼ିସର ପଞ୍ଚାୟତ ଅଫିସ ପରିସରରେ ଗୋଦାମ ଗୃହ ଥିବାସତ୍ୱେ ଏପର୍ଯ୍ୟନ୍ତ ଯୋଗାଣ ବିଭାଗ ତରଫରୁ ଲାଇସେନ୍ସ ପ୍ରଦାନ କରାଯାଇ ପାରିନାହିଁ ତେଣୁ ଭାଈରୀଗୁଡା ଗ୍ରାମ ପଞ୍ଚାୟତ ଉପରେ ନିର୍ଭର କରି ହିତାଧିକାରୀ ମାନେ ଦୀର୍ଘ 5/6କି:ମି ଭାଈରୀଗୁଡାକୁ PDS(ଚାଉଳ )ଆଣିବାକୁ ଯାଇ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ବିଷୟପ୍ରତି ସ୍ଥାନୀୟ ସ୍ବେଛାସେବୀ ହିମାଂଶୁ ପୂଝାରୀ ତଥା ସରପଞ୍ଚ ଶ୍ରୀମତୀ ଲୋପାମୁଦ୍ରା ବାଗ ବିଭାଗୀୟ ଅଧିକାରୀ,BDO, MI, CSO, ଉପଜିଲ୍ଲାପାଳ, ଜିଲ୍ଲାପାଳ କଳାହାଣ୍ଡିଙ୍କୁ ବାରମ୍ବାର ଲିଖିତ ଭାବେ ଦୃଷ୍ଟି ଆକର୍ଷଣ ସତ୍ୱେ କୌଣସି ପଦକ୍ଷେପ ନନେବାରୁ ଗତ 11/4/2026 ଠାରୁ ବିଜୁ ଯୁବ/ଛାତ୍ର ଜନତା ଦଳ ଚିଙ୍ଗୁଡ଼ିସର ତରଫରୁ ଅନିର୍ଦିଷ୍ଟ କାଳ ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି।

ସେମାନଙ୍କ ଦାବି ଯେ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନର କୌଣସି ଅଧିକାରୀ ପହଁଞ୍ଚି PDS ଲାଇସେନ୍ସ କେବେ ହେବ ଲିଖିତ ପ୍ରତିଶୃତି ନଦେବେ ସେ ପର୍ଯ୍ୟନ୍ତ ବିକ୍ଷୋବ ଜାରିରହିବା ସୂଚନା ଦେଇଛନ୍ତି ବିଜୁ ଜନତା ଦଳର ବ୍ଲକ ଯୁବ ସଭାପତି ହିମାଂଶୁ ଭୂଷଣ ପୂଝାରୀ ତାଙ୍କ ସହିତ ବିକ୍ଷୋବରେ ସାମିଲ ଥିଲେ ଚିଙ୍ଗୁଡ଼ିସର ୱାର୍ଡ ମେମ୍ବର ପ୍ରଦୀପ ମାଝୀ, ଚନ୍ଦ୍ର ବିଶ୍ୱାଳ, ଧ୍ୱଜ ବିଶ୍ୱାଳ, ଲଳିତ ଦଣ୍ଡସେନା, କୁବେର ମାଝୀ, ହେମନ୍ତ ପୂଝାରୀ, ଦ୍ଵିତୀକୃଷ୍ଣ ପୂଝାରି, ଲକ୍ଷ୍ମଣ ନାଗ, ଭିକାରୀ ଦଣ୍ଡସେନା ଓ ରଙ୍ଗା ହରିଜନ।ଧାରଣାରେ ସାମିଲ ହୋଇ ଛନ୍ତି। ଏବେ ଦେଖାଯାଉ ସରକାର କେତେ ତତ୍ପରତା ଦେଖାଉ ଛନ୍ତି।ତାହା ଦେଖିବାକୁ ବାକି ରହିଲା। କଳାହାଣ୍ଡି ଜୁନାଗଡ଼ ରୁ ବାଲେଶ୍ଵର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।

Leave a Reply

Your email address will not be published. Required fields are marked *