Spread the love

ପି ଏମ୍ ଶ୍ରୀ ଜନତା ହାଇସ୍କୁଲରେ ଜାତୀୟ କୃମି ନାଶକ ଦିବସ


ବରଗଡ:୧୦/୦୮(ପବିତ୍ର ମେହେର)::କୃମିଦ୍ଵାରା ସଂକ୍ରମିତ ଶିଶୁଙ୍କ ପୌଷ୍ଟିକ ଅଭାବ ଓ ରକ୍ତହୀନତା ଯୋଗୁଁ ସେମାନଙ୍କର ମାନସିକ ଓ ବୌଦ୍ଧିକ ଅଭିବୃଦ୍ଧିରେ ବାଧାପ୍ରାପ୍ତ ହୋଇଥାଏ। ତେଣୁ କୃମି ସଂକ୍ରମଣକୁ ସହଜରେ ନିୟନ୍ତ୍ରଣ କରିବା ପାଇଁ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ପି ଏମ୍ ଶ୍ରୀ ଜନତା ସରକାରୀ ହାଇସ୍କୁଲ ଭୁକ୍ତାରେ ଜାତୀୟ କୃମି ନାଶକ ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ସ୍ବାସ୍ଥ୍ୟକେନ୍ଦ୍ରର ଡକ୍ଟର ପୀତବାସ ପ୍ରଧାନ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ।ମହିଳା ସ୍ୱାସ୍ଥ୍ୟକର୍ମୀ ମିନତୀ ପଣ୍ଡା ଦିବସ ପାଳନର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ବିପିଏମ୍ ଶିଶିର ପଣ୍ଡା କୃମି ବ୍ୟାପିବାର କାରଣ ଓ କୃମି ନାଶକ ଔଷଧର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ। ଜନତା ହାଇସ୍କୁଲ ଭୁକ୍ତାର ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ନାୟକ ଏବଂ ବିଜ୍ଞାନ ଶିକ୍ଷକ ସଞ୍ଜୟ ଖମାରୀ ଯୋଗ ଦେଇ କୃମି ବ୍ୟାପିବାର କାରଣ ,କୃମି ସଂକ୍ରମଣ ଯୋଗୁଁ ଶିଶୁକୁ ହେଉଥିବା କ୍ଷତି, କୃମି ମୁକ୍ତ ଶିଶୁ ପାଉଥିବା ଲାଭ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଧାରଣା ପ୍ରଦାନ କରିଥିଲେ ଏବଂ କୃମି ନାଶକ ଔଷଧ ସେବନ କରିବା ସହ କୃମି ସଂକ୍ରମଣ ରୋକିବାର ଅନ୍ୟ ଅଭ୍ୟାସଗୁଡ଼ିକୁ ଅବଲମ୍ବନ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ସମସ୍ତ ଛାତ୍ରଛାତ୍ରୀ କୃମି ନାଶକ ଔଷଧ ସେବନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଈଶ୍ୱର ପଧାନ,ଆଶୁତୋଷ ଭୋଇ,ଶିକ୍ଷୟିତ୍ରୀ ରାଜକୁମାରୀ ଭୁଏ,ସୌଦାମିନୀ ବାରିକଙ୍କ ସମେତ ବିଦ୍ୟାଳୟର ସ୍ବାସ୍ଥ୍ୟ ଓ ଆରୋଗ୍ୟ ଆମ୍ବାସାଡର ଏବଂ ମେସେଞ୍ଜର ସକ୍ରିୟ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *