Spread the love

ପୁଣି ହିନ୍ଦୋଳରେ ହାତୀ ଆତଙ୍କ, ଦନ୍ତା ଆକ୍ରମଣ ରେ ମହିଳା ମୃତ

ହିନ୍ଦୋଳ :25/04/2025 ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ବମ୍ପା ପଂଚାୟତ ର ବ୍ରାହ୍ମଣିଆ ପାଳ ଫରେଷ୍ଟ ବିଟ ଅଧିନସ୍ଥ ପଟାଳୁ ଗ୍ରାମର ସୁରତି ପ୍ରଧାନ 40ବର୍ଷ,ସ୍ୱାମୀ ଦର୍ଶନୀ ପ୍ରଧାନ ଆଜି ଅପରାହ୍ନ 3.30ସମୟରେ ବଗିଚାକୁ କାଜୁ ତୋଳିବାକୁ ଯାଉଥିବା ସମୟରେ ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ବମ୍ପା ସେକ୍ସନ ର ଫରେଷ୍ଟର ସୁଶାନ୍ତ କୁମାର ବେହେରା ଓ ରାସୋଳ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଂଚି ଶବ ବ୍ୟବଚ୍ଛେଦ ପାଇଁ ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛନ୍ତି।କିନ୍ତୁ ବାରମ୍ବାର ହିନ୍ଦୋଳ ଅଞ୍ଚଳରେ ହାତୀ ମଣିଷ ଲଢେଇରେ ବହୁ ଧନ ଜୀବନ ନଷ୍ଟ ହେଉଥିଲେ ମଧ୍ୟ ଏଠି ବନବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବାନେଇ ଜନ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ହିନ୍ଦୋଳ ରୁ ସୁବ୍ରତ ମହାପାତ୍ର ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *