Spread the love

ନୟାଗଡ଼ ଜିଲ୍ଲାରେ ଅବସ୍ଥିତ କଣ୍ଟିଲୋ ନିକଟ ରେ ଥିବା କାଳିଆପଲ୍ଲୀ ଗ୍ରାମ ର ଅଧିବାସୀ ମାନେ ହେଉଛନ୍ତି ଶବର ସମ୍ପ୍ରଦାୟ ର। ଏହି ସମ୍ପ୍ରଦାୟ ଶବର ରାଜା ବିଶ୍ଵାବସୁ ଙ୍କର ବଂଶଧର ବୋଲି ସ୍ଥାନୀୟ ଲୋକମାନେ କୁହନ୍ତି। ଆମେ ଆଗରୁ ପୁରାଣ ରେ ଉଲ୍ଲେଖ ଥିବା ଦଇତାପତି, ଶବର ରାଜା ବିଶ୍ଵାବସୁ, ନୀଳମାଧବ ଓ ଶବର କନ୍ୟା ଲଳିତା ଙ୍କ କଥା ଜାଣିଛେ। ପ୍ରଭୂ ନୀଳମାଧବ ଙ୍କୁ ଦର୍ଶନ ପାଇଁ ବିଦ୍ୟାପତି କିପରି ଲଳିତା ଙ୍କ ସହ ପ୍ରେମ କରି ମହାପ୍ରଭୁ ଙ୍କୁ ଆଣିବା ରେ ସଫଳ ହୋଇଥିଲେ ଏହା ସମସ୍ତେ ଜାଣନ୍ତି। ଏହି ଶବର କନ୍ୟା ଲଳିତା ଓ ବିଦ୍ୟାପତି ଙ୍କ ମିଳନ ସ୍ଥଳୀ ଏବେ ଜରାଜୀର୍ଣ୍ଣ ଅବସ୍ଥା ରେ ପଡ଼ି ରହିଛି। ଏହି ସ୍ଥାନ ଟି ଦୁଇଟି ନଦୀ ର ମିଳନ ସ୍ଥଳୀ ଅଟେ ସେଥିପାଇଁ ଏହାର ନାମ ଦୋମୁହିଁ। ଏହି ସ୍ଥାନ କୁ ସଂଯୋଗ କରୁଥିବା ଦୁଇଟି ନଦୀ ର ନାମ ହେଉଛି କୁଆଁରୀଆ ଓ କୁସୁମୀ। ଏହି ସ୍ଥାନ ଟି ସୁଦୃଶ୍ୟ ମନୋରମ ଅଟେ। ନୟାଗଡ଼ ଜିଲ୍ଲାର ଗଛ ସାର ଙ୍କ ଠାରୁ ସମସ୍ତ ତଥ୍ୟ ପାଇବା ପରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର କର୍ମ କର୍ତ୍ତା ମାନେ କାଳିଆପଲ୍ଲି ଗ୍ରାମ ପରିଭ୍ରମଣ କରିଥଲେ। ସେ ଗ୍ରାମ ର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ଗ୍ରାମ ବାସୀ ଙ୍କ ମତାମତ ପରେ କଳିଆପଲ୍ଲୀ ର ଦୁଇ ନଦୀ ର ମିଳନ ସ୍ଥଳୀ ଦୋମୁହିଁ କୁ କିପରି ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ମିଳିବ ତା ପାଇଁ ଦାବି କରାଯାଇଥିଲା। ଏହି ସ୍ଥାନ ରେ ଆଗକୁ କିପରି ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ତା ପାଇଁ ଟ୍ରଷ୍ଟ ର ସଂସ୍କୃତିକ ବିଭାଗୀୟ ଅଧିକାରୀ ଶ୍ରୀଯୁକ୍ତ ସଞ୍ଜୀବ କୁମାର ତରାଇ ଙ୍କୁ ଦାୟିତ୍ୱ ବଣ୍ଟନ କରାଗଲା। ଆଜି ର କାର୍ଯକ୍ରମ ରେ ସାମିଲ ଥିବା ବ୍ୟକ୍ତି ମାନେ ହେଲେ ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି, ଗଛ ସାର ଅନାର୍ଯ୍ୟମୀ ସାହୁ, ଲତା ବେହେରା, କାଳନ୍ଦୀ ମଲ୍ଲିକ, ନତିଆ ରାଉତ, ଦିଲ୍ଲୀପ ବେହେରା, କୁନିଆ ବେହେରା, ବିଦ୍ୟାଧର ବେହେରା ଓ ମାନବ ଅଧିକାର କର୍ମୀ ସାଗର ଜେନା।

Leave a Reply

Your email address will not be published. Required fields are marked *