Spread the love

ପୁରୀ: ଖୁବଶିଘ୍ର ମହାନଦୀ ଜଳ ବିବାଦର ସମାଧାନ ହେବ ବୋଲି ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି। ମହାନଦୀ ଟ୍ରିବ୍ୟୁନାଲ ଦଳ ପୁରୀ ଗସ୍ତରେ ଆସିଥିବାବେଳେ ସେମାନଙ୍କ ସହ ହୋଇଥିବା ଆଲୋଚନା ପରେ ଶ୍ରୀ ଆଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ଆସନ୍ତା ୭ ତାରିଖରେ ଟ୍ରିବ୍ୟୁନାଲ ଦଳ ଛତିଶଗଡ଼ ଗସ୍ତରେ ଯିବେ।

ସେଠାରେ ୭ରୁ ୧୧ ତାରିଖ ଯାଏ ମହାନଦୀ ଅବବାହିକାରେ ଥିବା ବିଭିନ୍ନ ସ୍ଥାନ ଅନୁଧ୍ୟାନ କରିବେ। ଖୁବଶିଘ୍ର ମହାନଦୀ ବିବାଦର ସମାଧାନ ହେବ ବୋଲି ଆଶା କରାଯାଉଛି। ବର୍ତ୍ତମାନ ଜଷ୍ଟିସ ବେଲା ତ୍ରିବେଦୀଙ୍କ ଅଧ୍ୟକ୍ଷତାରେ ଗଠିତ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଟିମ୍ ୫ ଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି। ସେମାନେ ପଶ୍ଚିମ ଓଡ଼ିଶାରେ ଆକାଶମାର୍ଗରୁ ମହାନଦୀ ଅବବାହିକାର ସ୍ଥିତି ଦେଖିଛନ୍ତି।

ସେହିପରି ମହାନଦୀରେ ଜଳାଭାବ ଯୋଗୁ ପୁରୀର କଣାସ, ଗୋପ, ଡେଲାଙ୍ଗ, ବ୍ରହ୍ମଗିରି ଓ ନିମାପଡ଼ାରେ ଥିବା ଶାଖା ନଦୀଗୁଡ଼ିକର ସ୍ଥିତି ମଧ୍ୟ ଟ୍ରିବ୍ୟୁନାଲ ଟିମ୍ ଅନୁଧ୍ୟାନ କରିଛନ୍ତି।

ସେ କହିଛନ୍ତି ଯେ, ଆସନ୍ତା ୭ ତାରିଖରେ ଟ୍ରିବ୍ୟୁନାଲ ଦଳ ଛତିଶଗଡ଼ ଗସ୍ତରେ ଯିବେ। ସେଠାରେ ୭ରୁ ୧୧ ତାରିଖ ଯାଏ ମହାନଦୀ ଅବବାହିକାରେ ଥିବା ବିଭିନ୍ନ ସ୍ଥାନ ଅନୁଧ୍ୟାନ କରିବେ। ଖୁବଶିଘ୍ର ମହାନଦୀ ବିବାଦର ସମାଧାନ ହେବ ବୋଲି ଆଶା କରାଯାଉଛି। ବର୍ତ୍ତମାନ ଜଷ୍ଟିସ ବେଲା ତ୍ରିବେଦୀଙ୍କ ଅଧ୍ୟକ୍ଷତାରେ ଗଠିତ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଟିମ୍ ୫ ଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି। ସେମାନେ ପଶ୍ଚିମ ଓଡ଼ିଶାରେ ଆକାଶମାର୍ଗରୁ ମହାନଦୀ ଅବବାହିକାର ସ୍ଥିତି ଦେଖିଛନ୍ତି।

Leave a Reply

Your email address will not be published. Required fields are marked *