Spread the love

### ପୁରୀ ବଳିଆପଣ୍ଡା ଥାନା ପରିସରରେ ଅଘଟଣ: ୧୧ କେଭି ବିଦ୍ୟୁତ୍ ତାର ନେଲା ୨ ଯୁବକଙ୍କ ଜୀବନ

ପୁରୀ: ଥାନା ପରିସରରେ ଅଭାବନୀୟ ଘଟଣା। ବିଦ୍ୟୁତ୍ ଆଘାତରେ ଚାଲିଗଲା ଦୁଇ ଯୁବକଙ୍କ ଜୀବନ। ପୁରୀର ବଳିଆପଣ୍ଡା ଥାନା ପରିସରରେ କେବୁଲ ମରାମତି କାର୍ଯ୍ୟ ଚାଲିଥିବା ସମୟରେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଥାନା ପରିସରରେ କେବୁଲ ମରାମତି କାର୍ଯ୍ୟ ଚାଲିଥିବା ବେଳେ ହଠାତ୍ ଦୁଇ ଯୁବକ ୧୧ କେଭି ଉଚ୍ଚକ୍ଷମତାସମ୍ପନ୍ନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଫଳରେ ଉଭୟ ଗୁରୁତର ହୋଇପଡ଼ିଥିଲେ। ସେମାନଙ୍କୁ ତୁରନ୍ତ ପୁରୀ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ଦୁଇ ଯୁବକଙ୍କୁ ମୃତ ଘୋଷଣା କରିଥିଲେ।

ଥାନା ପରିସରରେ ଏଭଳି ଦୁଃଖଦ ଘଟଣାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ତେବେ ଘଟଣାର ପ୍ରକୃତ କାରଣ ଏବଂ ବିଦ୍ୟୁତ୍ ସୁରକ୍ଷା ବ୍ୟବସ୍ଥା ସମ୍ପର୍କିତ ବିସ୍ତୃତ ତଥ୍ୟ ଆସିବା ବାକି ରହିଛି।

ଜାଗ୍ରତ ଭାରତ ନ୍ୟୁଜ୍

Leave a Reply

Your email address will not be published. Required fields are marked *