Spread the love

ସମ୍ବଲପୁର : ସମ୍ବଲପୁରରେ ପୁଣି ଏନ୍‌କାଉଣ୍ଟର । ପୁଲିସ ଏନ୍କାଉଣ୍ଟରେ ଦୁର୍ଦ୍ଦାନ୍ତ ଅପରାଧୀ ମନିଷ ସାହୁ ଆହତ ହୋଇଛି। ବୁର୍ଲା ଥାନା ପ୍ଲାନେଟୋରିୟମ ଛକରେ ନିକଟରେ ଏନକାଉଣ୍ଟର କରାଯାଇଛି। ଆହତ ମନିଷକୁ ଉଦ୍ଧାର କରାଯାଇ ସମ୍ବଲପୁର ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ଅନୁଯାୟୀ, ଗତକାଲି ରାତିରେ ସମ୍ବଲପୁର ବୁର୍ଲା ପ୍ଲାନେଟୋରିୟମ ଛକରେ ଗାଡି ଚେକିଂ କରୁଥିଲା ପୁଲିସ।

ରାତି ଚେକିଂ ବେଳେ ଖସି ଯିବକୁ ଉଦ୍ୟମ କରିଥିଲା ଅପରାଧି ମନିଷ ସାହୁ। ଅଭିଯୁକ୍ତ ମନୀଷ ପ୍ରଥମେ ପୁଲିସ ଉପରକୁ ୩ ରାଉଣ୍ଡ ଗୁଳି ଚାଳନା କରିଥିଲା। ଜବାବରେ ପୁଲିସ ପକ୍ଷରୁ ଦୁଇ ରାଉଣ୍ଡ ନିୟନ୍ତ୍ରିତ ଗୁଳିଚାଳନା କରାଯାଇଥିଲା। ଏଥିରେ ଅଭିଯୁକ୍ତଙ୍କ ଡାହାଣ ପାଦରେ ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ ତାକୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ଏକାଧିକ ଥାନାରେ ମନୀଷ ନାଁରେ ପୂର୍ବରୁ ୧୪ରୁ ଅଧିକ ଅପରାଧିକ ମାମଲା ରହିଛି। ଏହି ଘଟଣାରେ ମନୀଷର ତିନିଜଣ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଏମାନଙ୍କ ଠାରୁ ଗୋଟିଏ ପିସ୍ତଲ, ଗୁଳି, ଗୋଟିଏ କାର, ୫ଟି ମୋବାଇଲ ଫୋନ ଏବଂ ୧୦ଟି କାର୍ଟୁନ କୋରେକ୍ସ ଜବତ କରାଯାଇଛି।

Leave a Reply

Your email address will not be published. Required fields are marked *