Spread the love

ବ୍ରହ୍ମପୁର: ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି ମାମଲାରେ ଗିରଫ ହୋଇ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ୧୨ ଅଭିଯୁକ୍ତ ଭୁବନେଶ୍ବରସ୍ଥିତ ଝାରପଡ଼ା ଜେଲ୍‌କୁ ସ୍ଥାନାନ୍ତର ହୋଇଛନ୍ତି ା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ପକ୍ଷରୁ ତଦନ୍ତ ଜାରି ରହିଥିବା ବେଳେ ମାମଲା ହସ୍ତାନ୍ତର ଓ ଅଭିଯୁକ୍ତଙ୍କୁ ସ୍ଥାନାନ୍ତର ପାଇଁ ପୂର୍ବରୁ ମୂଳ ଅଦାଲତରେ ପିଟିସନ ଦାଖଲ କରାଯାଇଥିଲା ା ସିବିଆଇ ଦଳ ସୋମବାର ଅପରାହ୍ଣରେ ଗଞ୍ଜାମ ଜିଲା ଅଦାଲତ ପରିସରରେ ପହଞ୍ଚିଥିଲା।କୋର୍ଟ ଅନୁମୋଦନ ପରେ ସନ୍ଧ୍ୟା ସାଢେ ୭ଟା ବେଳେ ସମସ୍ତ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ମଣ୍ଡଳ କାରାଗାରରୁ ଭୁବନେଶ୍ବର ଅଭିମୁଖେ ନିଆଯାଇଥିଲା ା ମାମଲାର ମାଷ୍ଟରମାଇଣ୍ଡ କୁହାଯାଉଥିବା ଗଞ୍ଜାମ ଜିଲା ବ୍ରାହ୍ମଣଛାଇ ଗ୍ରାମର ଶଙ୍କର ପୃଷ୍ଟି ସମେତ ସିଲିକନ କମ୍ପାନୀର ମାଲିକ ସୁରେଶଚନ୍ଦ୍ର ନାୟକ, ମୁଖ୍ୟ ଦଲାଲ ଅରବିନ୍ଦ ଦାସ ଓ ମୁନା ମହାନ୍ତି, ବିଶ୍ବରଞ୍ଜନ ବେହେରା, ଶ୍ରୀକାନ୍ତ ମହାରଣା, ଏ. ଅଭିମନ୍ୟୁ ଦୋରା, ପ୍ରିୟଦର୍ଶନୀ ସାମଲ, ସାଗର କୁମାର ଗୌଡ, ଲୋକନାଥ ସାହୁ, ବିଶ୍ବଜିତ ହରିଚନ୍ଦନ ଓ ତଫିମ ଅହମ୍ମଦ ଖାନଙ୍କୁ ସ୍ଥାନାନ୍ତର କରାଯାଇଛି। ବ୍ରହ୍ମପୁର ପୁଲିସ ଓ କ୍ରାଇମବ୍ରାଞ୍ଚ ପକ୍ଷରୁ ମାମଲାର ତଦନ୍ତ ବେଳେ ଅଭିଯୁକ୍ତଙ୍କୁ ଗିରଫ ପରେ ଏଠାକାର ଅଦାଲତରେ ହାଜର କରାଯାଇ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ପଠାଯାଇଥିଲା ା ସିବିଆଇ ଏହି ମାମଲାର ତଦନ୍ତଭାର ନେବା ପରେ ମାମଲାକୁ ସିବିଆଇ ଅଦାଲତକୁ ହସ୍ତାନ୍ତର ପାଇଁ ଜେଏମଏଫସି ଅଦାଲତରେ ପିଟିସନ ଦାଖଲ କରିଥିଲା ାସେହିପରି ମଣ୍ଡଳ କାରାଗାରରେ ରହୁଥିବା ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ସମେତ ସମସ୍ତ ଅଭିଯୁକ୍ତଙ୍କୁ ଭୁବନେଶ୍ବରର ଝାରପଡ଼ା ଜେଲକୁ ସ୍ଥାନାନ୍ତର ପାଇଁ ସିବିଆଇ ପକ୍ଷରୁ ଅନୁରୋଧ କରାଯାଇଥିଲା ା ପୂର୍ବରୁ ମଣ୍ଡଳ କାରାଗାରରେ ରହୁଥିବା ୧୧୪ ଜଣ ଏସଆଇ ଚାକିରି ଆଶାୟୀଙ୍କୁ ଅଦାଲତ ପକ୍ଷରୁ ଜାମିନ ମିଳିବା ପରେ ସେମାନେ ମୁକୁଳିଛନ୍ତି ା ବ୍ରହ୍ମପୁର ଗୋଳନ୍ଥରା ଥାନା ଅଧିକାରୀ ତଥା ଡିଏସ୍‌ପି ବିବେକାନନ୍ଦ ସ୍ବାଇଁ ଏବଂ କ୍ରାଇମବ୍ରାଞ୍ଚ ଡିଏସପି ରତ୍ନପ୍ରଭା ସ୍ବାଇଁଙ୍କ ଠାରୁ ସିବିଆଇ ମାମଲା ସମ୍ପର୍କିତ କାଗଜପତ୍ର ନେଇଛି ା ସେପ୍ଟେମ୍ବର ୨୯ରେ ୩ ଦଲାଲ ଓ ୧୧୪ ଆଶାୟୀଙ୍କୁ ବ୍ରହ୍ମପୁର ପୁଲିସ ଶ୍ରୀକାକୁଲମରୁ କାବୁ କରିଥିଲା।

Leave a Reply

Your email address will not be published. Required fields are marked *