Spread the love

ପୃଥକ ପୃଥକ ସଡକ ଦୁର୍ଘଟଣାରେ ଡ୍ରାଇଭର ମୃତ୍ୟୁ ଜଣେ ଆହତ।

ବଅଁରପାଳ, ୨୮/୩(ଜାଗ୍ରତ ଭାରତ ନ୍ୟୁଜ୍) ବଅଁରପାଳ ଥାନା ନିକଟ ନୂଆହତା ୫୫ନମ୍ବର ଜାତୀୟ ରାଜପଥ ବାଇପାସ୍ ରାସ୍ତା ରେ ପୁଣି ଦୁଇଟି ଭିନ୍ନ ଭିନ୍ନ ସଡକ ଦୁର୍ଘଟଣା ଘଟି କାର ଚାଳକ ଗୁରୁତ୍ତର ହୋଇ ଥିବା ବେଳେ ଟ୍ରଲର ଚାଳକ ର ମୃତ୍ୟୁ ଘଟିଛି । ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ କିଛିଦିନ ତଳେ ଏହି ସ୍ଥାନରେ ଦୁର୍ଘଟଣାରେ ଜଣେ ନାବାଳକ ର ମୃତ୍ୟୁ ଘଟିଥିଲା। ଯାହାଦ୍ୱାରା ଘଟଣାସ୍ଥଳରେ ଉତେଜନା ପ୍ରକାଶ ପାଇବାରୁ NHI ବିଭାଗ ସେଠାରେ ଦୁଇ ପାର୍ଶ୍ଵରେ ହମ୍ପ ତିଆରି କରି ଥିଲା କିନ୍ତୁ ଦୁର୍ଭାଗ୍ୟର ବିଷୟ ବିଭାଗୀୟ ଅଧିକାରୀ ଭୁଲି ଗଲେ ହମ୍ପ ର ସଙ୍କେତ ଦେବା ଯାହାଫଳରେ ଏହି ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟି ଚାଲିଛି। ଆଜି ଏହିପରି ଜାତୀୟ ରାଜପଥର ଦୁଇ ପାର୍ଶ୍ଵରେ ଦୁଇଟି ଦୁର୍ଘଟଣା ଘଟିଥିଲା। ପୋଲିସ ର ସୂଚନା ମୁତାବକ ରାତି ପ୍ରାୟ ୩ ଘଟିକା ସମୟରେ ଭୁବନେଶ୍ଵର ରୁ ଏକ କାର୍ ନମ୍ବର OD 33 AR 4441 ଗାଡି ଅନୁଗୋଳ ଆସି ଭୁବନେଶ୍ବର ଅଭିମୁଖେ ଫେରିବା ସମୟରେ ହମ୍ପ ରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟି ଚାଳକ ସାମାନ୍ୟ ଆହାତ ହୋଇ ଚିକିସ୍ଥା ପାଇଁ ସ୍ଥାନାନ୍ତରିତ ହୋଇଥିଲା ଠିକ୍ ଏହି ସମୟରେ ପାରାଦ୍ବୀପ ରୁ ଏକ ଟ୍ରଲର ନମ୍ଵର୍ OD 19 W 3628 ଅନୁଗୋଳ ଆସୁଥିବା ବେଳେ ହମ୍ପ ରେ ଭାରସାମ୍ଯ ହରାଇ କୌଣସି ଏକ ଗାଡ଼ିର ପଛରେ ଧକ୍କା ଦେଇଥିଲା। ଦୂର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ପୋଲିସ ଓ ବଅଁରପାଳ ଦମକଳବାହିନୀ ଙ୍କୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ପ୍ରାୟ ଏକଘଣ୍ଟା ପରେ ଗାଡି ମଧ୍ୟରୁ ଚାଳକ କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଇଥିଲେ। ତେବେ ଚିକିତ୍ସାଧିନ ଅବସ୍ତାରେ ଟ୍ରଲର ଚାଳକ ର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁଇ ଗାଡିକୁ ଜବତ କରି ଦୁର୍ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *