Spread the love

ପୋଲିସ୍ କବଳରୁ ଚମ୍ପଟ୍ ମାରିଲା ଦୁଷ୍କର୍ମଅଭିଯୋଗ ରେ ଗିରଫ ଅଭିଯୁକ୍ତ।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ପୋଲିସ୍ କବଳରୁ ଚମ୍ପଟ୍ ମାରିଲା ଦୁଷ୍କର୍ମ ଅଭିଯୋଗରେ ଗିରଫ ଅଭିଯୁକ୍ତ। ସୂଚନା ଅନୁଯାୟୀ ଗତ ମାର୍ଚ୍ଚ ୧ ତାରିଖରେ ହୋଇଥିବା ଦୁଷ୍କର୍ମ ଘଟଣା ରେ ଫେରାର ଥିବା ଅଭିଯୁକ୍ତ ବଡ଼ବିଲ ଥାନା ଅଞ୍ଚଳର କସିଆ ( କ)ଗ୍ରାମର ଯୁନୁନ ସିଦ୍ଦୁ କୁ ବଡ଼ବିଲ ପୋଲିସ ଗିରଫ କରିଥିଲା। ଏବଂ ଗତ ଶୁକ୍ରବାର ଏପ୍ରିଲ୍ ୨୮ ତାରିଖ ଉକ୍ତ ଅଭିଯୁକ୍ତ କୁ ବଡ଼ବିଲ ପୋଲିସ କିଛି କନେଷ୍ଟବଳ ଙ୍କ ହେପାଜତରେ ଡାକ୍ତରୀ ମଇନା ପାଇଁ ବଡ଼ବିଲ ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ, ଡାକ୍ତରୀ ମଇନା ପରେ,କୌଶଳ କ୍ରମେ ଅଭିଯୁକ୍ତ ପୋଲିସ୍ କର୍ମଚାରୀଙ୍କୁ ଚକମାଦେଇ ଡାକ୍ତଖାନା ରୁ ଚମ୍ପଟ୍ ମରିଥିଲା, ଉପସ୍ଥିତ ପୋଲିସ୍ କର୍ମଚାରୀ ଅଭିଯୁକ୍ତ କୁ ପିଛା କରି ଧରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ତାହାର କୌଣସି ସନ୍ଧାନ ପାଇବାରେ ଅସମର୍ଥ ହୋଇଥିଲେ , ଏନେଇ ବଡ଼ବିଲ ଥାନାରେ ଏକ ମାମଲା ରୁଜୁ କରି ବଡ଼ବିଲ ପୋଲିସ୍ ଫେରାର ଅଭିଯୁକ୍ତ ଯୁନୁନ କୁ ଧରିବାକୁ ଚେଷ୍ଟା ଚଳାଇଛି।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ।

Leave a Reply

Your email address will not be published. Required fields are marked *