Spread the love

ପୋଷଣ ମାଧ୍ୟମରେ ସଶକ୍ତ ହେବ କେନ୍ଦୁଝର

କେନ୍ଦୁଝର, ଆଜି କେନ୍ଦୁଝର ଓଡ଼ିଟୋରିଓମ ଠାରେ ପୋଷଣ ମାହ କାର୍ଯ୍ୟକ୍ରମ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି ଓ ଜିଲ୍ଲା ପ୍ରଶାସନ ର ମିଳିତ ଉଦ୍ୟମରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦୁଝର ଜିଲ୍ଲାର ପୋଷଣ କାର୍ଯ୍ୟକ୍ରମ ର ପଦକ୍ଷେପ କୁ ବିଗତ ଦିନରେ ନୀତିଆୟୋଗ ମଧ୍ୟ ଭୁରି ଭୁରି ପ୍ରସଂଶା କରିଥିଲେ । କେନ୍ଦୁଝର ଜିଲ୍ଲାର ଶିଶୁମାନେ କିପରି ଅପପୃଷ୍ଟି ର ଶିକାର ନହେବେ ପୋଷଣ ମାଧ୍ୟମରେ ସଶକ୍ତ ହେବ କେନ୍ଦୁଝର ଏହାର ମୁଖ୍ୟ ଉଦେଶ୍ୟ ରହିଛି । ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି ର ସହଯୋଗ ରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ମମତା ଘର ମାଧ୍ୟମରେ କେନ୍ଦୁଝର ଜିଲ୍ଲାର ଭବିଷ୍ୟତ ତଥା ଶୁଶୁ ମାନଙ୍କର ଉପଯୁକ୍ତ ଯତ୍ନ ନେବା ସହିତ ପୃଷ୍ଟିକର ଖାଦ୍ୟ ଯୋଗାଣ ଦିଆଯାଉଛି । ଆଜି ମମତା ଘରେ ଶିଶୁକୁ ଛାଡ଼ି ମା ତାର ରୋଜଗାର ପାଇଁ ଯାଇପାରୁଛି କର୍ମ କ୍ଷେତ୍ରକୁ ହେଇପାରୁଛି ଆତ୍ମନିର୍ଭରଶୀଳ । ରାଜ୍ୟରେ ମିଲେଟ ମିଶନରେ କେନ୍ଦୁଝର ଜିଲ୍ଲା ସର୍ବାଗ୍ର ସ୍ଥାନ ଅଧିକାର କରିଛି ଓ ଓଡ଼ିଶାରେ ପ୍ରଥମେ ମିଲେଟ କେଫେ ପ୍ରତିଷ୍ଠାନ କରିବାରେ ପରିଚୟ ପାଇଛି କେନ୍ଦୁଝର ବୋଲି ଜିଲ୍ଲାପାଳ ଶ୍ରୀ ଆଶିଷ ଠାକରେ ତାଙ୍କ ଭାଷଣରେ କହିଥିଲେ । ପ୍ରଥମେ ଶ୍ରୀ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ ଜିଲ୍ଳାପାରିସଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ୱାଗତ ଭାଷଣ ଦେଇଥିଲେ । କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଶ୍ରୀ ଆଶିଷ ଠାକରେ, ଶ୍ରୀ ଏ.ବି ଓତା (ଆଇଏଏସ) ବରିଷ୍ଠ ଉପଦେଷ୍ଟା ଇଉନିସେଫ ଓଡ଼ିଶା, ଶ୍ରୀ ସୌରବ ଭଟ୍ଟାଚାର୍ଯ୍ୟ ପୋଷଣ ବିଶେଷଜ୍ଞ ଇଉନିସେଫ ଓଡ଼ିଶା, ଶ୍ରୀ ବସନ୍ତ ମହାନ୍ତି କାର୍ଯ୍ୟକାରିଣୀ ସଦସ୍ୟ (ସି.ଏଫ.ଏନ.ଏସ) ପ୍ରାକ୍ତନ ନିର୍ଦେଶକ କେଆର ଇଣ୍ଡିଆ, ଡ଼ା, ସୁନୀଲ ଅଗ୍ରୱାଲ ପ୍ରାଧ୍ୟାପକ ଶିଶୁ ବିଭାଗ (ଏସ.ଭି.ପି.ପି.ଜି.ଆଇ.ପି) କଟକ, ଡ଼ା. ପ୍ରିୟଙ୍କା ଦୀକ୍ଷିତ ସହଯୋଗୀ ପ୍ରାଧ୍ୟାପକ (ଟି.ଆଇ.ଏସ.ଏସ) ମୁମ୍ବାଇ, ସ୍ବପନବିକାଶ ସାହା କାର୍ଯ୍ୟକ୍ରମ ନିର୍ଦେଶକ (ପୋଷଣ, ସି.ଆଇ.ଏନ.ଆଇ) ତଥା ଅନ୍ୟ ବରିଷ୍ଠ ଅତିଥିମାନେ ଉପସ୍ଥିତ ରହି ପୋଷଣ ର ବିଶେଷତ୍ୱ ଉପରେ ଆଲୋଚନା କରିଥିଲେ ।

କେନ୍ଦୁଝର ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍

Leave a Reply

Your email address will not be published. Required fields are marked *