Spread the love

ଉଚ୍ଚଶିକ୍ଷା କ୍ଷେତ୍ରରେ ଛାତ୍ରୀମାନଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବଡ଼ ଘୋଷଣା କରିଛନ୍ତି। ବିଶେଷ କରି STEM (ବିଜ୍ଞାନ, ବୈଷୟିକ ଜ୍ଞାନକୌଶଳ, ଇଞ୍ଜିନିୟରିଂ ଏବଂ ଗଣିତ) ବିଭାଗରେ ଅଧ୍ୟୟନ କରୁଥିବା ଛାତ୍ରୀମାନଙ୍କ ରହଣି ସମସ୍ୟା ଦୂର କରିବା ପାଇଁ ଦେଶର ପ୍ରତ୍ୟେକ ଜିଲାରେ ଗୋଟିଏ ଲେଖାଏଁ କନ୍ୟା ଛାତ୍ରୀନିବାସ ପ୍ରତିଷ୍ଠା କରାଯିବ।

STEM ଶିକ୍ଷା ପାଇଁ ଦୀର୍ଘ ସମୟର ପାଠପଢ଼ା ଏବଂ ଲାବୋରେଟୋରୀ କାମର ଆବଶ୍ୟକତା ଥାଏ, ଯାହା ଛାତ୍ରୀମାନଙ୍କ ପାଇଁ ଏକ ବଡ଼ ଆହ୍ୱାନ। ଏହି ଛାତ୍ରୀନିବାସଗୁଡ଼ିକ ସେମାନଙ୍କୁ ସୁରକ୍ଷିତ ଏବଂ ସୁବିଧାଜନକ ରହଣି ପ୍ରଦାନ କରିବ।

ଏହି ଯୋଜନା ମାଧ୍ୟମରେ ଆଷ୍ଟ୍ରୋଫିଜିକ୍ସ ଏବଂ ଆଷ୍ଟ୍ରୋନୋମି କ୍ଷେତ୍ରରେ ଛାତ୍ରୀମାନଙ୍କୁ ବାସ୍ତବ ଅନୁଭୂତି ପ୍ରଦାନ କରାଯିବ, ଯାହା ସେମାନଙ୍କୁ ବିଜ୍ଞାନ କ୍ଷେତ୍ରରେ ଆଗକୁ ବଢ଼ିବାକୁ ପ୍ରେରଣା ଦେବ।

ଦୂରଦୂରାନ୍ତରୁ ଆସୁଥିବା ମେଧାବୀ ଛାତ୍ରୀମାନେ ରହିବା ସୁବିଧା ଅଭାବରୁ ଯେପରି ଶିକ୍ଷାରୁ ବଞ୍ଚିତ ନ ହୁଅନ୍ତି, ତାହା ଏହି ପଦକ୍ଷେପ ନିଶ୍ଚିତ କରିବ। ଅର୍ଥମନ୍ତ୍ରୀଙ୍କ ଏହି ଘୋଷଣା ଦେଶର ନାରୀଶକ୍ତିକୁ ବୈଷୟିକ କ୍ଷେତ୍ରରେ ଆତ୍ମନିର୍ଭର କରିବା ଦିଗରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।

Leave a Reply

Your email address will not be published. Required fields are marked *