Spread the love

ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଓ ଜଳ ବିଭାଜିକା ଯାତ୍ରା ୨୦୨୫

ଢେଙ୍କାନାଳ – ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଗଡ଼ପଳାଶୁଣୀ ପଂଚାୟତ ଦେହୁରୀହତା ଗ୍ରାମ ଠାରେ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଓ ଜଳବିଭାଜିକା ଯାତ୍ରା ୨୦୨୫ଅନୁଷ୍ଠିତ ହୋଇଛି! ମୁଖ୍ୟ ଅତିଥି କଙ୍କଡାହାଡ଼ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଚାରୁଲତା ମିଶ୍ର ଯୋଗଦେଇଥିଲେ!ଉପାଧ୍ୟକ୍ଷା ଦୀପା ସାହୁ ବିଜେପି ଜିଲ୍ଲା ସଭାପତି ରାସବିହାରୀ ବେହେରା, ରମେଶ ମିଶ୍ର, ଜିତେନ୍ଦ୍ର କର ମହାବିରୋଡ଼ ଥାନା ଅଧିକାରୀ, ମହାବିରୋଡ଼ ରେଞ୍ଜର ହରେଶ ଚନ୍ଦ୍ର କିସାନ, ଢେଙ୍କାନାଳ ପ୍ରକଳ୍ପ ନିର୍ଦ୍ଦେଶକ ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ ଅଧିକାରୀ ଶ୍ରୀଯୁକ୍ତ କଳ୍ପଵଟ ବେହେରା, ସହକାରୀ ପ୍ରକଳ୍ପ ନିର୍ଦ୍ଦେଶିକା ଅନୁରୋଧ ବେହେରା ଏବଂ ବିଭିନ୍ନ ବିଭାଗ ଅଧିକାରୀ ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ!ଏହି ଅବସରରେ ମୃତ୍ତିକା ସଂରକ୍ଷଣ ସପଥପାଠ, ବୃକ୍ଷରୋପଣ,ଶ୍ରମଦାନ, ଭୁମିପୂଜନ, କୃଷିମାନଙ୍କୁ ସମ୍ବର୍ଦ୍ଧନା, ଜଳ ବିଭାଜିକା ଉପରେ ନାଟକ ପ୍ରଦର୍ଶନ ଆଦିକାର୍ଯ୍ୟକ୍ରମ ହୋଇଥିଲା!କୃଷି ଉଦ୍ୟାନ କୃଷି, ପଶୁ ସମ୍ପଦ ତଥା ମୃତ୍ତିକା ସଂରକ୍ଷଣ ବିଭାଗ ଷ୍ଟଲ ଗୁଡିକ ପ୍ରଦର୍ଶିତ ହେବା ସହ ସଚେତନ ରଥ ପରିକ୍ରମା କରି ପଥପ୍ରାନ୍ତ ନାଟକ ପରିବେଷଣ ହୋଇଥିଲା!ଏହି କାର୍ଯ୍ୟକ୍ରମରେ କର୍ମଚାରୀ ରିତେଶ ଜେନା, ସୌରଭ ପରିଡା, ପ୍ରକାଶ ଚନ୍ଦ୍ର ଘଡେଇ, ରୋଜାଲିନ ସାହୁ ଓ ଅନ୍ୟ କର୍ମଚାରୀ ଜଳବିଭାଜିକା କମିଟି ସହଯୋଗ କରିଥିଲେ!

Leave a Reply

Your email address will not be published. Required fields are marked *