Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ପ୍ରଧାନମନ୍ତ୍ରୀ ଡିସେମ୍ବର 29 ତାରିଖରେ ନ୍ୟୁ ଭାଉପୁର-ନ୍ୟୁ ଖୁର୍ଜା ସେକ୍ସନ ଏବଂ ପୂର୍ବ ସମର୍ପିତ ମାଲ କରିଡର (ଇଡିଏଫସି)ର ଅପରେସନ କଣ୍ଟ୍ରୋଲ ସେଣ୍ଟରକୁ ଉଦଘାଟନ କରିବେ

 

ଜେ ବି ଏନ, ୨୭/୧୨/୨୦୨୦, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 29 ଡିସେମ୍ବର, 2020 ପୂର୍ବାହ୍ନ 11ଟା ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ ପୂର୍ବ ସମର୍ପିତ ମାଲ କରିଡର (ଇଡିଏଫସି)ର ‘ନ୍ୟୁ ଭାଉପୁର-ନ୍ୟୁ ଖୁର୍ଜା ସେକ୍ସନ’ର ଉଦଘାଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରୟାଗରାଜରେ ଇଡିଏଫସିର ଅପରେସନ କଣ୍ଟ୍ରୋଲ ସେଣ୍ଟର (ଓସିସି)ର ମଧ୍ୟ ଉଦଘାଟନ କରିବେ। ଉତ୍ତର ପ୍ରଦେଶର ରାଜ୍ୟପାଳ ଶ୍ରୀମତୀ ଆନନ୍ଦୀବେନ ପଟେଲ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ ଏବଂ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ ମଧ୍ୟ ଉପସ୍ଥିତ ରହିବେ।

ଇଡିଏଫସିର 351 କିମି ଲମ୍ବ ନ୍ୟୁ ଭାଉପୁର-ନ୍ୟୁ ଖୁର୍ଜା ସେକ୍ସନ ଉତ୍ତର ପ୍ରଦେଶରେ ରହିଛି ଏବଂ ଏହାକୁ 5750 କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି। ଏହା ସ୍ଥାନୀୟ ଆଲୁମିନିୟମ (କାନପୁର ଦେହାତ ଜିଲ୍ଲାର ପୁଖରାୟାଁ କ୍ଷେତ୍ର), ଡାଏରୀ କ୍ଷେତ୍ର (ଔରୈୟା ଜିଲ୍ଲା), ବସ୍ତ୍ର ଉତ୍ପାଦନ/ବ୍ଲକ ପ୍ରିଟିଂ (ଇଟାବା ଜିଲ୍ଲା), କାଚ ସାମଗ୍ରୀ ଉଦ୍ୟୋଗ (ଫିରୋଜାବାଦ ଜିଲ୍ଲା), ମାଟି ତିଆରି ଉଦ୍ୟୋଗ (ବୁଲନ୍ଦଶହର ଜିଲ୍ଲାର ଖୁର୍ଜା), ହେଙ୍ଗୁ ଉତ୍ପାଦନ (ହାଥରସ ଜିଲ୍ଲା) ଏବଂ ତାଲା ଓ ହାର୍ଡୱେର (ଅଲିଗଡ଼ ଜିଲ୍ଲା) ଆଦି ଉଦ୍ୟୋଗ ପାଇଁ ନୂଆ ଅବସର ଆଣିବ। ଏହି ସେକ୍ସନ ବର୍ତ୍ତମାନର କାନପୁର-ଦିଲ୍ଲୀ ମୁଖ୍ୟ ଲାଇନରେ ମଧ୍ୟ ଭିଡ଼ ହ୍ରାସ କରିବ ଏବଂ ଦ୍ରୁତଗାମୀ ରେଳ ଚଳାଚଳ କ୍ଷେତ୍ରରେ ଭାରତୀୟ ରେଳବାଇକୁ ସକ୍ଷମ କରିବ।

ପ୍ରୟାଗରାଜ ଠାରେ ଏକ ଅତ୍ୟାଧୁନିକ ଅପରେସନ କଣ୍ଟ୍ରୋଲ ସେଣ୍ଟର (ଓସିସି) ସମ୍ପୂର୍ଣ୍ଣ ଇଡିଏଫସି ରୁଟ ପାଇଁ ଏକ ନିୟନ୍ତ୍ରଣ କେନ୍ଦ୍ର ଭାବେ କାର୍ଯ୍ୟ କରିବ। ଆଧୁନିକ ଅନ୍ତରୀଣ ସାଜସଜ୍ଜା, ଶ୍ରମ ଦକ୍ଷତା ସମ୍ବନ୍ଧୀୟ ଡିଜାଇନ ଏବଂ ସର୍ବଶ୍ରେଷ୍ଠ ଧ୍ୱନି ବିଜ୍ଞାନ ସହିତ ଓସିସି ବିଶ୍ୱ ସ୍ତରରେ ଏହି ଧରଣର ସବୁଠୁ ବଡ଼ ନିର୍ମାଣ ମଧ୍ୟରୁ ଅନ୍ୟତମ। ଏହି ଭବନ ଗୃହ ଗ୍ରୀନ ବିଲ୍ଡିଂ ରେଟିଂ ଅନୁରୂପ ଏବଂ ଏହାକୁ ‘ସୁଗମ୍ୟ ଭାରତ ଅଭିଯାନ’ ମାନଦଣ୍ଡ ଅନୁସାରେ ନିର୍ମାଣ କରାଯାଇଛି।

ପୂର୍ବ ସମର୍ପିତ ମାଲ କରିଡର (ଇଡିଏଫସି) ସମ୍ପର୍କରେ

ଇଡିଏଫସି (1865 ମାର୍ଗ କି.ମି) ଲୁଧିଆନା (ପଞ୍ଜାବ) ନିକଟବର୍ତ୍ତୀ ସାହନେବାଲରୁ ଆରମ୍ଭ ହୋଇଛି ଏବଂ ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ, ବିହାର ଏବଂ ଝାଡ଼ଖଣ୍ଡ ରାଜ୍ୟ ଦେଇ ପଶ୍ଚିମବଙ୍ଗର ଦନକୁନୀ ନିକଟରେ ଶେଷ ହୋଇଛି। ଡେଡିକେଟେଡ ଫ୍ରେଟ କରିଡର କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ (ଡିଏଫସିସିଆଇଏଲ) ଦ୍ୱାରା କରାଯାଉଛି, ଯାହାକୁ ସମର୍ପିତ ମାଲ କରିଡରର ନିର୍ମାଣ ଓ ପରିଚାଳନା ନିମନ୍ତେ ଏକ ସ୍ୱତନ୍ତ୍ର ଉଦ୍ଦେଶ୍ୟ ଯାନ ଭାବେ ପ୍ରତିଷ୍ଠା କରାଯାଇଛି। ଡିଏଫସିସିଆଇଏଲ ପଶ୍ଚିମ ସମର୍ପିତ ମାଲ କରିଡର(1504 ମାର୍ଗ କିମି)ର ନିର୍ମାଣ ମଧ୍ୟ କରୁଛି ଯାହାକି ଉତ୍ତର ପ୍ରଦେଶର ଦାଦରୀରୁ ମୁମ୍ବାଇର ଜବାହରଲାଲ ନେହରୁ ବନ୍ଦର ସହ ଯୋଡ଼ି ହୋଇଛି ଏବଂ ଏହା ଉତ୍ତର ପ୍ରଦେଶ, ହରିୟାଣା, ରାଜସ୍ଥାନ, ଗୁଜରାଟ ଏବଂ ମହାରାଷ୍ଟ୍ର ରାଜ୍ୟ ଦେଇ ଗତି କରିଛି।