Spread the love

ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଥିବାବେଳେ ସାମାନ୍ୟ ବର୍ଷା, ପବନରେ ମନଇଚ୍ଛା ବିଦ୍ୟୁତ କାଟ କରାଯାଉଛି।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ରେ ବଡ଼ବିଲ ମଣ୍ଡଳ ବିଜେପି ପକ୍ଷରୁ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ଅସହ୍ୟ ଖରାରେ ଲୋକେ ହନ୍ତସନ୍ତ ହେଉଛନ୍ତି। ସାଧାରଣ ଉପଭୋକ୍ତା, ବିଜୁଳି କାଟ୍ ପ୍ରତିବାଦରେ ସ୍ୱର ଉତ୍ତୋଳନ କଲେ ବି ଉଭୟ ଟାଟା ପାୱାର କମ୍ପାନୀ ଏବଂ ରାଜ୍ୟ ସରକାର ଉପରେ କୌଣସି ଫରକ ପଡୁନାହିଁ ।ଗୋଟିଏ ଘରୋଇ କଂପାନୀ ପ୍ରତି ରାଜ୍ୟ ସରକାରଙ୍କ ଏଭଳି ଅହେତୁକ ଅନୁକଂପା ସବୁଠୁ ବଡ ପ୍ରଶ୍ନ ହୋଇ ଛିଡା ହୋଇଛି। ଶକ୍ତି ବିଭାଗର ବିଫଳତା ଏବଂ ସରକାରଙ୍କ ଟାଟା ପାୱାର କଂପାନୀ ପ୍ରୀତି ପ୍ରତିବାଦରେ ବିଜେପି ତରଫରୁ ସାରା ରାଜ୍ୟରେ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ବଡ଼ବିଲ ଆଜି ବଡ଼ବିଲ ପୌରାଞ୍ଚଳ ଅନ୍ତର୍ଗତ ୫ନମ୍ବର୍ ୱାର୍ଡ ସ୍ଥିତ ବିଜେପି ମଣ୍ଡଳ କାର୍ଯ୍ୟାଳରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ବିଭିନ୍ନ ପ୍ରତିବାଦ ଲେଖାଥିବା ପ୍ଲାକାର୍ଡ ଧରି ପଦଯାତ୍ରା ରେ ଯାଇ ବିଭିନ୍ନ ସ୍ଲୋଗାନ ମାନ ଦେଇଥିଲେ ଓ ବଡ଼ବିଲ ଟାଟା ପାୱାର କମ୍ପାନୀ ଅଫିସ୍ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ,କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡାଇବାକୁ ଯାଇ ବଡ଼ବିଲ ପୋଲିସ ପ୍ରଶାସନ ପକ୍ଷରୁ ଅଧିକାରୀଙ୍କ ସହ କିଛି ମାତ୍ରାରେ ପୋଲିସ ବଳୟ ମୂତୟନ କରାଯାଇଥିବା ଦେଖିବାକୁ ମିଳିଥିଲା।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ

Leave a Reply

Your email address will not be published. Required fields are marked *