Spread the love

ପ୍ରବଳ ବର୍ଷାରେ ଭୁଶୁଡ଼ିଲା ଶତାବ୍ଦୀ ପୁରୁଣା ଘର, ଏକେ ପରିବାରର ୬ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ/ପ୍ରତାପଗଡ଼: ଉତ୍ତରପ୍ରଦେଶର ପ୍ରତାପଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ଏକ ପରିବାର ପାଇଁ କାଳ ସାବ୍ୟସ୍ତ ହୋଇଛି। ଲଗାଣ ବର୍ଷା ଯୋଗୁଁ ଏକ ଜରାଜୀର୍ଣ୍ଣ ଓ ଶତାବ୍ଦୀ ପୁରୁଣା ଘରର ଛାତ ହଠାତ୍ ଭୁଶୁଡ଼ି ପଡ଼ିବାରୁ ଘର ଭିତରେ ଶୋଇଥିବା ଏକେ ପରିବାରର ୬ ଜଣଙ୍କର ମୃତ୍ୟୁ ଘଟିଛି। ଘଟଣାରେ ପରିବାରର ଜଣେ ସଦସ୍ୟ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

ଖବର ପାଇ ପୋଲିସ, ପ୍ରଶାସନ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଜେସିବି ସହାୟତାରେ ଧ୍ୱଂସସ୍ତୂପ ହଟାଇ ଉଦ୍ଧାର କାର୍ଯ୍ୟ ଚଳାଇଥିଲେ। ପ୍ରାୟ ଦୁଇ ଘଣ୍ଟାର ଉଦ୍ୟମ ପରେ ମୃତଦେହଗୁଡ଼ିକୁ ବାହାର କରାଯାଇଥିଲା।

ଘଟଣା ପରେ ଜିଲ୍ଲା ପ୍ରଶାସନ ପୀଡ଼ିତ ପରିବାରକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛି। ଲଗାତାର ବର୍ଷାକୁ ଦୃଷ୍ଟିରେ ରଖି ଜରାଜୀର୍ଣ୍ଣ ଓ ବିପଦପୂର୍ଣ୍ଣ ଘରରେ ବସବାସ ନ କରିବାକୁ ପ୍ରଶାସନ ସାଧାରଣ ଲୋକଙ୍କୁ ସତର୍କ କରିଛି।

Leave a Reply

Your email address will not be published. Required fields are marked *