Spread the love

ଅବସରପ୍ରାପ୍ତ ପୋଲିସ କର୍ମଚାରୀ ରମେଶ ଚନ୍ଦ୍ର ରାଉତଙ୍କ ବିୟୋଗରେ ସ୍କୁତିସଭା ଅନୁଷ୍ଠିତ

ଯାଜପୁର _ ହାବଳଗଣ୍ଡ ପଞ୍ଚାୟତର କ ଇଥାପାଳ ଠାରେ ଅବସରପ୍ରାପ୍ତ ପୋଲିସ କର୍ମଚାରୀ ସ୍ବର୍ଗତ ରମେଶ ଚନ୍ଦ୍ର ରାଉତଙ୍କ ବିୟୋଗରେ ଏକ ସ୍କୁତିଚାରଣ ସଭା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପଣ୍ଡିତ ମହେଶ୍ଵର ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଫଟୋଚିତ୍ରରେ ପୁଷ୍ପମାଲ୍ୟ,ପ୍ରଦୀପ ପ୍ରଜ୍ବଳନ ସହିତ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ଅତିଥି ମାନଙ୍କ ମଧ୍ୟରେ ଶିକ୍ଷକ ବଟକୃଷ୍ଣ ପଣ୍ଡା, ଶିକ୍ଷକ ରାହାସବିହାରୀ ମହାନ୍ତି, ପ୍ରଧାନଶିକ୍ଷକ ସଞୟ କୁମାର ସାମଲ, ସାହିତ୍ୟିକ ଗୋବିନ୍ଦ ଚନ୍ଦ୍ର ନନ୍ଦ,କବି ଧନେଶ୍ୱର ରାଉତ,ଦଳିତ ସେଲର ଦଶରଥ ମଲ୍ଲିକ, ସହଦେବ ରାଉତ, ସାମ୍ବାଦିକ ଓ ସବୁଜ ଓଡ଼ିଶାର ପ୍ରତିଷ୍ଠାତା ସଂପାଦକ ସରୋଜ କୁମାର ସାହୁ, ଶିକ୍ଷାବିତ ରତିକାନ୍ତ ଦାସ, ଆଡଭୋକେଟ୍ ଅକ୍ଷୟ କୁମାର ମଲ୍ଲିକ,ସହଦେବ ସିଂ, ଇନ୍ଦ୍ରମଣି ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ମାନେ ସ୍ବର୍ଗତ ରାଉତଙ୍କ ଉପରେ ଆଲୋଚନା କରିଥିଲେ ଯେ ସେ ଏକାଧାରରେ ଜଣେ ସମାଜସେବୀ , ସାହିତ୍ୟିକ, ଧର୍ମପରାୟଣ ବ୍ୟକ୍ତି ଥିଲେ ।ସେ ହାବଳଗଣ୍ଡ ହାଇସ୍କୁଲ କୁ ନଗଦ ପଚାଶ ହଜାର ଟଙ୍କା ପ୍ରଦାନ କରିଥିଲେ।ଖେଳ ଜିନିଷ ର ସରଞ୍ଜାମ ଓ ଟି ସାର୍ଟ ପ୍ରଦାନ କରିଥିଲେ। ଶେଷରେ ତାଙ୍କର ନାତି ଦିବ୍ୟରଞ୍ଜନ ରାଉତ ସମସ୍ତ ଅତିଥି ମାନଙ୍କୁ କୃତଜ୍ଞତା ପ୍ରଦାନ କରିଥିଲେ। ସର୍ବଶେଷରେ ତାଙ୍କର ଭଣଜା ଓ କ୍ଷତ୍ରିୟ ଖଣ୍ଡାୟତ ମହାସଂଘ ର ବରିଷ୍ଠ କର୍ମକର୍ତ୍ତା ସୁକାନ୍ତ ରାଉତ , ଦୁଇପୁଅ ଏବଂ ତିନି କନ୍ୟା ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ

Leave a Reply

Your email address will not be published. Required fields are marked *