ପ୍ରାଇଭେଟ୍ ସ୍କୁଲ ସମ୍ମୁଖରେ ମଦ ବୋତଲ! ଛୋଟ ପିଲାଙ୍କ ସୁରକ୍ଷା ନେଇ ବଡ଼ ପ୍ରଶ୍ନ
କାଣ୍ଡସର: ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ନିକଟରେ ଥିବା ଡ୍ରିମ୍ ଲ୍ୟାଣ୍ଡ ପ୍ରାଇଭେଟ୍ ସ୍କୁଲ ସମ୍ମୁଖରେ ପଡ଼ିଛି ମଦ ବୋତଲ। ଯେଉଁଠି ପ୍ରତିଦିନ ଛୋଟ ଛୋଟ ପିଲାମାନେ ପାଠପଢ଼ିବାକୁ ଆସୁଛନ୍ତି, ସେହି ସ୍ଥାନ ସମ୍ମୁଖରେ ଏଭଳି ଦୃଶ୍ୟ ଏବେ ଅଭିଭାବକଙ୍କ ଚିନ୍ତା ବଢ଼ାଇଛି।
ପିଲାଙ୍କ ସ୍କୁଲ ଆଗରେ ମଦ ବୋତଲ କାହିଁକି? ନଜରଦାରି କରୁଛି କିଏ? ସ୍କୁଲ ଭଳି ସମ୍ବେଦନଶୀଳ ସ୍ଥାନରେ ଏଭଳି ଘଟଣା କେବଳ ଅସ୍ୱଚ୍ଛତା ନୁହେଁ, ଏହା ପିଲାମାନଙ୍କ ସୁରକ୍ଷିତ ପରିବେଶକୁ ନେଇ ମଧ୍ୟ ଗୁରୁତର ପ୍ରଶ୍ନ।ଅଭିଭାବକଙ୍କ ପ୍ରଶ୍ନ—ଛୋଟ ପିଲାମାନେ ଯେଉଁ ରାସ୍ତାରେ ସ୍କୁଲ ଯାଉଛନ୍ତି, ସେହି ରାସ୍ତାରେ ଯଦି ମଦ ବୋତଲ ପଡ଼ି ରହିବ, ତେବେ ପିଲାଙ୍କୁ କିପରି ସୁସ୍ଥ ଓ ସୁରକ୍ଷିତ ପରିବେଶ ମିଳିବ?
ଏହି ଘଟଣା ପ୍ରତି ସ୍ଥାନୀୟ ପ୍ରଶାସନ, ସ୍କୁଲ କର୍ତ୍ତୃପକ୍ଷ ଓ ସମ୍ପୃକ୍ତ ଅଧିକାରୀ ଗୁରୁତ୍ୱ ଦେଇ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ। ସ୍କୁଲ ପରିସର ଓ ଏହାର ଆଖପାଖକୁ ପିଲାଙ୍କ ପାଇଁ ସୁରକ୍ଷିତ ଓ ସ୍ୱଚ୍ଛ ରଖିବା ଉପରେ ଗୁରୁତ୍ୱ ଦିଆଯାଉ।
ପିଲାଙ୍କ ହାତରେ ବହି ଓ କଲମ ଶୋଭା ପାଏ, ମଦ ବୋତଲ ନୁହେଁ—ଏହି ଦୃଶ୍ୟ ଉପରେ ଏବେ ପ୍ରଶାସନର ନଜର ପଡ଼ିବ କେବେ?
