Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ପ୍ରେମରେ ବିଫଳ ହୋଇ ଆତ୍ମହତ୍ୟା ଉଦ୍ୟମ

 

 

ଜେ ବି ଏନ, ୦୨/୦୧/୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଅନୁଗୋଳ : ଅନୁଗୋଳ ପାଲଲହଡା ଆଜି ପୂର୍ବାହ୍ନରେ ବିଶ୍ୱନାଥ ନାଏକ ନାମକ ଜଣେ ଯୁବକ ଥାନା ଆଗରେ ଦେହରେ କିରାସିନି ଢାଳି ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣା ଯାଇଛି।ମିଳିଥିବା ସୂଚନା ତାଙ୍କ ଘର ସ୍ଥାନୀୟ ଈଶ୍ୱରନଗରରେ। ପ୍ରେମରେ ବିଫଳ ହେଇ ସେ ଏଭଳି କାଣ୍ଡ ଘଟାଇ ଥିବା ଜଣା ଯାଇଛି। ପୁଲିସ୍ ତାଙ୍କ ପ୍ରେମିକାକୁ ଆଣିଦେଉ କହି ରାସ୍ତାରେ ନିଜ ଦେହରେ କିରୋସିନ ଢାଳି ଢାଳି ପାଲଲହଡା ଥାନା ଭିତରକୁ ପଶି ଆସି ଥିଲେ। ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ସେଠାରେ କାର୍ଯ୍ୟରତ ଥିବା ପୁଲିସ କର୍ମଚାରୀ ତାଙ୍କୁ କାବୁ କରି ଡାକ୍ତର ଖାନାରେ ଚିକିତ୍ସା ପାଇଁ ଭର୍ତି କରିଥିଲେ | ଆହତ ଯୁବକ ବର୍ତମାନ ପାଲଲହଡା ଡାକ୍ତରଖାନା ରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ପିଠି ପଛ ପାଖ ପୋଡି ଯାଇଛି। ସେ ଧରିଥିବା ଖାତାପତ୍ର ପୁଲିସ ଜବତ କରିଛି |