Spread the love

ଫୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିପଦ ସଙ୍କୁଳ ଅବସ୍ଥାରେ ଛାତ୍ର ଛାତ୍ରୀ ଙ୍କ ଜୀବନ

ଗୋଲାମୁଣ୍ଡା /୪/୪/୨୫/କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଫୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିପଦ ସଙ୍କୁଳ ଅବସ୍ଥାରେ ଗତି କରୁଛି। ୧୭୮ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ୩ ଜଣ ଶିକ୍ଷକ ସେଥି ମଧ୍ୟରୁ ଦୁଇ ଜଣ ଅସ୍ଥାୟୀ । ଆପଣ ମାନେ ଭାବି ପାରୁଥିବେ କେମିତି ପାଠ ପଢା ଚାଲିଛି । ପୁଣି ଦୁର୍ଭାଗ୍ୟର ବିଷୟ ଯେ ଯେଉଁଠି ପାଠ ପଢ଼ୁଛନ୍ତି ଶ୍ରେଣୀ ଗୃହରେ ୧୦୦ ଛାତ୍ର ଛାତ୍ରୀ। ସେହି ଶ୍ରେଣୀ ଗୃହର ଛାତ ଆ କରି ଫାଟ ଦେଲାଣି ଯାହା ଫଳରେ ବର୍ଷା ଦିନରେ ପାଣି ଝରୁଛି ଓ କିଛି ଦିନ ତଳେ ଜଣେ ଛାତ୍ର ଙ୍କ ମୁଣ୍ଡ ଫାଟି ଯାଇଥିଲା ବୋଲି ଛାତ୍ର ଜଣକ ପ୍ରକାଶ କରିଛନ୍ତି, ଦୈନିକ ଦିନ ଫାଟ ଛାତରୁ କଂକ୍ରିଟ ପଡ଼ି ଥିବା ବେଳେ ମଧ୍ଯ ଜାଗା ନ ଥିବାର ବାଧ୍ୟହୋଇ ପିଲା ମାନଙ୍କୁ ବସାଇ ଶିକ୍ଷା ପ୍ରଦାନ କରୁଛୁ ବୋଲି ପ୍ରଧାନ ଶିକ୍ଷକ କହି ଥିଲେ। ଶିକ୍ଷା ବଦଳରେଛାତ୍ର ଛାତ୍ରି ଟେଲିଭିଜନ ଦେଖୁଛନ୍ତି ଏମିତି ଚାଲିଛି ଫୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ଦାନ, ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ନଷ୍ଟ ହେଉ ନାହିତୋ ଅଭିଭାବକ ମହଲରେ କ୍ଷୋଭ ପ୍ରକାଶ ପାଇଛି,ଏହି ସମସ୍ୟା କୁ ଅବସର ଗ୍ରହଣ କରି ଥିବା ବ୍ଲକ ଶିକ୍ଷା ଅଧିକାରୀ ଭବାନୀ ଶଙ୍କର ଯୋଷୀ ଙ୍କୁ ଲିଖିତ ଆକାରେ ଦେଇଥିଲେ ସୁଦ୍ଧା କିଛି ସମସ୍ୟାର ସମାଧାନ ହୋଇପାରି ନାହିଁ ବୋଲି ଗଣ ମାଧ୍ୟମ ସାମ୍ନାରେ ଅଭିଭାବକ ମାନେ ପ୍ରତିକ୍ରିୟା ଦେଇଛନ୍ତି ,ଆସନ୍ତୁ ଶୁଣିବା କମିଟିର ସଦସ୍ୟ ତାରିଣୀ ପ୍ରଧାନ,ନିରଜ ସେଠି,ସନ୍ତୋଷ ପ୍ରଧାନ ,ସନ୍ତୋଷ ଭୋଇ , ଓ ବରିଷ୍ଠ ସମାଜ ସେବୀ ହରିଶଙ୍କର ନୀଆଲ,ଅଲେଖା ନିଆଲ ପ୍ରମୁଖ ଚେତାବନୀ ଦେଇଛନ୍ତି ଯେ ଆଗାମୀ ଦିନରେ ତେଣୁ ବ୍ଲକ ଶିକ୍ଷା ଅଧିକାରୀ ତୁରନ୍ତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ଶିକ୍ଷକ ଓ ଶ୍ରେଣୀ ଗୃହ ଯୋଗାଇ ନ ଦେଲେ ବାଧ୍ୟ ହୋଇ ସ୍କୁଲ କୁ ତାଲା ପକାଇବୁ ବୋଲି ମିଡିଆ ସାମ୍ନାରେ ପ୍ରତିକ୍ରିୟାରେ ଚେତାବନୀ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସିଆର ସିଶି ସୁଧୀର ଖମାରୀ ଙ୍କୁ ଫୋନ ଯୋଗେ ପଚାରିବାରୁ ସେ ମଧ୍ୟ ବିଦ୍ୟାଳୟର ସମସ୍ୟା ଉପରେ ଦୁଃଖ ପ୍ରକାଶ କରି ଥିଲା ବେଳେ ଏବିଓ, ଲିନା ଦାସଙ୍କୁ ବି ଫୋନ ଯୋଗେ ପଚାରିବାରୁ ସେ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ କହି ଥିଲେ, ପଂଚାୟତ ପିଇଓ ମହାଶୟ ପ୍ରଶାନ୍ତ କୁମାର ନାଏକ ଙ୍କୁ ପଚାରିବାରୁ ନୃତନ ବିଦ୍ୟାଳୟ ଗୃହ ପାଇଁ ପଞ୍ଚାୟତ ସମିତି ଜରିଆରେ ହୋଇ ପାରିବ ଓ ବିଡ଼ିଓ ଙ୍କ ଅବଗତ କରା ଯିବ ବୋଲି ଫୋନ ଯୋଗେ କହି ଥିଲେ,ଧର୍ମଗଡ ଉପ ଖଣ୍ଡ ପ୍ରତିନିଧି କପୁର ଚ ନ ସେଠି ଆ ଙ୍କ ରିପୋର୍ଟ, ଜାଗ୍ରତ ଭାରତ ନିଉ ଜ

Leave a Reply

Your email address will not be published. Required fields are marked *