Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଫେବୃଆରୀ 26ରେ ଦ୍ୱିତୀୟ ଖେଲୋ ଇଣ୍ଡିଆ ଜାତୀୟ ଶୀତକାଳୀନ କ୍ରୀଡାରେ ଉଦଘାଟନୀ ଅଭିଭାଷଣ ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ

 

ଜେ ବି ଏନ, ୨୫/୦୨ /୨୦୨୧, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ : ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ 26, 2021 ପୂର୍ବାହ୍ନ 11:50ରେ ଦ୍ୱିତୀୟ ଖେଲୋ ଇଣ୍ଡିଆ ଜାତୀୟ ଶୀତକାଳୀନ କ୍ରୀଡାରେ ଉଦଘାଟନୀ ଅଭିଭାଷଣ ପ୍ରଦାନ କରିବେ ।

 

ଏହି କାର୍ଯ୍ୟକ୍ରମ ଫେବୃଆରୀ 26ରୁ ମାର୍ଚ୍ଚ 02, 2021 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଜମ୍ମୁ ଓ କଶ୍ମୀର କ୍ରୀଡା ପରିଷଦ ଏବଂ ଜମ୍ମୁ ଓ କଶ୍ମୀର ଶୀତକାଳୀନ କ୍ରୀଡା ସଂଘର ମିଳିତ ସହଯୋଗରେ କେନ୍ଦ୍ର ଯୁବ ଓ କ୍ରୀଡ଼ା ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଏହି କାର୍ଯ୍ୟକ୍ରମକୁ ଆୟୋଜନ କରାଯାଇଛି । ଏହି କ୍ରୀଡା କାର୍ଯ୍ୟକ୍ରମରେ ଆଲପାଇନ୍ ସ୍କିଙ୍ଗ୍, ନର୍ଡିକ୍ ସ୍କି, ସ୍ନୋବୋର୍ଡିଂ, ସ୍କି ପର୍ବତାରୋହଣ, ଆଇସ୍ ହକି, ଆଇସ୍ ସ୍କେଟିଂ, ଆଇସ୍ ଷ୍ଟକ୍ ଇତ୍ୟାଦି ଅନ୍ତର୍ଭୁକ୍ତ ହେବ । ଏହି ଖେଳଗୁଡିକରେ ଅଂଶଗ୍ରହଣ କରିବା ପାଇଁ 27ଟି ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଏବଂ ବୋର୍ଡମାନେ ସେମାନଙ୍କ ଦଳ ପଠାଉଛନ୍ତି ।