Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ସମଲିଙ୍ଗୀ ବିବାହକୁ କେନ୍ଦ୍ର ସରକାର କଲେ ବିରୋଧ

ଜେ ବି ଏନ, ୨୬/୦୨ /୨୦୨୧, ନୂଆଦିଲ୍ଲୀ : ସ୍ବତନ୍ତ୍ର ବିବାହ ଆଇନ ଅଧୀନରେ ସମଲିଙ୍ଗୀ ବିବାହକୁ ସ୍ବୀକୃତି ଦେବା ପାଇଁ ହୋଇଥିବା ଆବେଦନକୁ କେନ୍ଦ୍ର ସରକାରଙ୍କ ବିରୋଧ । କେବଳ ପୁରୁଷ ଓ ମହିଳାଙ୍କ ମଧ୍ୟରେ ବିବାହକୁ ଆଇନ ସ୍ବୀକୃତି ଦେଇଥାଏ ବୋଲି ଦିଲ୍ଲୀ ହାଇକୋର୍ଟରେ ସତ୍ୟପାଠ ଦାଖଲ କରି ସରକାର କହିଛନ୍ତି। ପର୍ସନାଲ ଲ’ରେ କେବଳ ବିଷମଲିଙ୍ଗୀ ବିବାହକୁ ସ୍ବୀକୃତି ଦିଆଯାଇଛି। ତେଣୁ ଏଥିରେ ହସ୍ତକ୍ଷେପ କରିବା ବରବାଦ କରିଦେବ ବୋଲି ସରକାର କହିଥିଲେ। ବିବାହ କେବଳ ଏକ ଘରୋଇ ଅବଧାରଣା ନୁହେଁ ବରଂ ସାମାଜିକ ଭାବେ ସ୍ବୀକୃତ ଅନୁଷ୍ଠାନ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ଧାରା ୩୭୭କୁ ଅପରାଧମୁକ୍ତ କରାଯାଇଥିଲେ ମଧ୍ୟ ଆବେଦନକାରୀ ସମଲିଙ୍ଗୀ ବିବାହକୁ ମୌଳିକ ଅଧିକାର ଭାବେ ଦାବି କରିପାରିବେ ନାହିଁ ବୋଲି ସତ୍ୟପାଠରେ କୁହାଯାଇଛି। ୩୭୭କୁ ଅପରାଧମୁକ୍ତ କରାଯିବା କେବଳ ବ୍ୟକ୍ତିର ଗୋପନୀୟତା ଅଧିକାର ମଧ୍ୟରେ ସୀମିତ। ସମଲିଙ୍ଗୀ ବିବାହକୁ ସ୍ବୀକୃତି ଦେଇ ଏହାକୁ ସର୍ବସାଧାରଣ ଅଧିକାର କରାଯାଇପାରିବ ନାହିଁ।

ସ୍ବତନ୍ତ୍ର ବିବାହ ଆଇନରେ ଲିଙ୍ଗଗତ ନିର୍ବିଶେଷରେ ଦୁଇଜଣଙ୍କ ମଧ୍ୟରେ ବିବାହକୁ ବୈଧ ଘୋଷଣା କରିବା ଲାଗି ଗେ ଏବଂ ଲେସ୍‌ବିଆନ୍‌ ସମ୍ପ୍ରଦାୟର ୪ ଜଣ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ। ଏହା ପୂର୍ବରୁ ମଧ୍ୟ ହାଇକୋର୍ଟରେ ୩ଟି ପିଟିଶନ ବିଚାରାଧୀନ ଥିଲା।