Spread the love

ବଅଁରପାଳ ପଞ୍ଚାୟତର ବିଜେଡି ସଭାପତି ହେଲେ ପ୍ରତାପ

ଅନୁଗୋଳ:ଓଡ଼ିଶାର ପ୍ରାକ୍ତନ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବଅଁରପାଳ ବ୍ଳକ ବଅଁରପାଳ ପଞ୍ଚାୟତର ବିଜେଡି ସଭାପତି ଭାବେ ପ୍ରତାପ ନାଏକ ଙ୍କୁ ଚୟନ କରାଯାଇଛି । ସଭାପତି ଶ୍ରୀ ପ୍ରତାପ ଏହି ଅବସରରେ ସଂଗଠନକୁ ତୃଣମୂଳ ସ୍ତରରେ ବିଜେଡି ସଂଗଠନକୁ ସୁଦୃଢ କରିବା ଏବଂ ରଙ୍ଗବୋଳା ସରକାରକୁ ଆଗାମି ପଞ୍ଚାୟତ ନିର୍ବାଚନରେ ଉଚିତ ଜବାବ ଦେବା ପାଇଁ ଉପସ୍ଥିତ କର୍ମୀଙ୍କ ମହଲରେ ଉତ୍ସାହ ପ୍ରକାଶ କରିଥିଲେ।ଆୟୁଷ୍ମାନ କାର୍ଡ଼ ଏବଂ ବିଦ୍ୟୁତ ବ୍ୟବସ୍ଥାକୁ ବିରୋଧ କରିବା ସହ ବିଜୁ ସ୍ୱାସ୍ଥ୍ୟ କାର୍ଡକୁ ପ୍ରଂଶସା କରିଥିଲେ। ତେବେ ଲୋକେ କିଭଳି ସୁରୁଖୁରୁରେ ସୁବିଧା ପାଇବେ ସେ ଦିଗରେ ପରାମର୍ଶ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ବଅଁରପାଳ ସରପଞ୍ଚ ଅନୁସୂୟା ଗଡନାୟକ, ନାଏବ ସରପଞ୍ଚ ଶାନ୍ତିଲତା ସେନାପତି, ସମିତି ସଭ୍ଯା ଜନନୀ ଭୋଇ ଙ୍କ ସମେତ ବିଜେଡି କର୍ମୀ ବଳରାମ ସାହୁ, ସୌମେନ୍ଦ୍ର ଭୋଇ, ଦୁର୍ଗାପ୍ରସାଦ ସିଂହ, ହରି ସେନାପତି, ସନ୍ୟାସୀ ନାଏକ, ଅଜିତ ନାଏକ, ବିନୟ ନାଏକ ଓ ତାରିଣୀ ସେନ ବେହେରା ପ୍ରମୁଖ ଉପସ୍ଥିତଥିଲେ।ଅନ୍ୟ ପକ୍ଷରେ ଶ୍ରୀ ପ୍ରତାପ ଏହି ପଦବୀ ପାଇଥିବାରୁ ପ୍ରାକ୍ତନ ଉପ ବାଚସ୍ପତି ରାଜନୀକାନ୍ତ ସିଂହ ,ଜିଲ୍ଲା ସଭାପତି ବ୍ରଜକିଶୋର ପ୍ରଧାନ ଏବଂ ବ୍ଲକ ଅଧ୍ୟକ୍ଷ ବିଜୟ ନାଥକୁ ଧନ୍ୟବାନ ଦେଇଥିଲେ।

Leave a Reply

Your email address will not be published. Required fields are marked *