Spread the love

ବଅଁରପାଳ ବ୍ଲକ ପରିସରରେ ବିଶ୍ୱ ପରିବେଶ ଦୀବସ ପାଳନ

ବଅଁରପାଳ,୦୪/୬ ବଅଁରପାଳ ବ୍ଲକ ପରିସରରେ ବିଶ୍ୱ ପରିବେଶ ଦୀବସ ଉପଲକ୍ଷେ ଆଜି ୪ର୍ଥ ଦିବସର କାର୍ଯ୍ୟକ୍ରମ “ସାମୁହିକ ସ୍ୱଚ୍ଛତା ଓ ବୃକ୍ଷ ରୋପଣ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅନୁଗୋଳ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଗୈାରବମୟ ପ୍ରଧାନ ଙ୍କ ଉପସ୍ଥିତ ରେ ଅନୁଷ୍ଠିତ ହୋଇଥିଲା । ତାଙ୍କ ସହିତ ବଅଁରପାଳ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଲୋଚନ ଦାସ ଏବଂ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ମାଧବ ପାଣିଗ୍ରାହୀ ବଅଁରପାଳ ବ୍ଲକ ପରିସର, ବସଷ୍ଟାଣ୍ଡ,ମାର୍କେଟ ଇତ୍ୟାଦି ରେ ସାମୁହିକ ସଫେଇ କାର୍ଯ୍ୟକରିଥିଲେ ଏବଂ ବ୍ଲକ କାର୍ଯ୍ୟାଳୟ ପରିସରରେ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ରେ ବୃକ୍ଷରୋପଣ କରିଥିଲେ । ବଅଁରପାଳ ଗ୍ରାମପଞ୍ଚାୟତର ସ୍ବୟଂ ସହାୟିକା ଗ୍ରୁପ୍ କୁ ଏକ ସ୍ବଚ୍ଛତା ପଦ ଯାତ୍ରା ବ୍ଲକ୍ କାର୍ଯ୍ୟାଳୟ ରୁ ବାହାରି ବଅଁରପାଳ ଗ୍ରାମ ପରିକ୍ରମା କରିଥିଲେ । ବଅଁରପାଳ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ସୋମ୍ୟରଞ୍ଜନ ପଟ୍ଟନାୟକ ଓ ବ୍ଲକ ସମ୍ବଳ ସଂଯୋଜକ ଚିତ୍ତରଞ୍ଜନ ନନ୍ଦ କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିଥିଲେ । ଏଥିରେ ଦିବ୍ୟରଞନ ସାହୁ, ଦେବାଶିଷ ଷଡ଼ଙ୍ଗୀ, ସୁନିତା ପାଲ୍ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *