Spread the love

ବଚପନ ପ୍ଲେୟ ସ୍କୁଲ ର ଶୁଭ ଉଦଘାଟନ।

ବଅଁରପାଳ,୨୮/୪(ସମିସ) ବଅଁରପାଳ ବ୍ଲକ ବୁଢାପଙ୍କ ପଞ୍ଚାୟତ ବୃନ୍ଦାବନ ପୁର ଗ୍ରାମ ନିକଟରେ ଏକ ଅତ୍ୟାଧୁନିକ ବଚପନ ପ୍ଲେୟ ସ୍କୁଲର ଶୁଭ ଉଦଘାଟନ ଗତ ରବିବାର ଅନୁଷ୍ଟିତ ହୋଇଥିଲା ସ୍କୁଲ ର ପୃଷ୍ଠ ପୋଷାକ ଟଙ୍କ ଧର ସାମଲ ଓ ସୁହାସିନୀ ସାମଲ ଙ୍କ ଦ୍ଵାରା ଶୁଭ ଉଦଘାଟିତ ହୋଇଥିଲା ଏହି ଅଞ୍ଚଳରେ ଶିକ୍ଷାର ଅଭିବୃଦ୍ଧି ଦୃତ ଗତିରେ ବଢ଼ୁଥିବାରୁ ଏହାକୁ ଆଖି ଆଗରେ ରଖି ଅତ୍ୟାଧୁନିକ ସ୍କୁଲ ନିର୍ମାଣ ହୋଇଛି ଯେଉଁ ଥିରେ ଖେଳ ପଡିଆ ଜିମ୍, ମିନିଥିଟେର କଣ୍ଢେଇ ଘର, ସିକେ ପେନର ସୁବିଧା ରଖିଛି ଏହି ସ୍କୁଲ ରେ ପ୍ଲେ ଗ୍ରୁପ ନର୍ସରୀ, ଏଲ୍. କେ. ଜି ଓ ୟୁକେଜି ଶ୍ରେଣୀ ପର୍ଯ୍ୟନ୍ତ ଖୋଲା ଯାଇଛି. ସମସ୍ତ ଶ୍ରେଣୀ ଗୁଡିକ ଶୀତ ତାପ ନିୟନ୍ତ୍ରିତ କରାଯାଇଛି, ପିଲା ମାନଙ୍କୁ ଶିକ୍ଷା ଦାନ ପାଇଁ ଅଭିଜ୍ଞ ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କୁ ନିଯୁକ୍ତ କରାଯାଇଛି ଏହି ଉଦଘାଟନ ଉତ୍ସବରେ ସ୍କୁଲ ର ଚେୟାର ମ୍ୟାନ ସ୍ଵପ୍ନା ରାଣୀ ସାମଲ, ଅଜିତ କୁମାର ସାମଲ,ସୁଜିତ କୁମାର ସାମଲ, ଢେଙ୍କାନାଳ ପୂର୍ବତନ ବିଧାୟକ ସୁଧୀର କୁମାର ସାମଲ, ସସ୍ମିତା ସାମଲ, ସାମାଜ ସେବୀ ଡାକ୍ତର ଅବିନାଶ ସାମଲ ଙ୍କ ସହ ବହୁ ବୁଦ୍ଧି ଜିବି ଓ ଅଭିଭାବକ ଅଭିଭାବିକା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *