Spread the love

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମନ୍ କି ବାତ୍‌ର ୧୨୭ତମ କାର୍ଯ୍ୟକ୍ରମ ଆରମ୍ଭରେ ଛଟ୍ ପର୍ବର ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ ଛଟର ମହାନ ପର୍ବ ସଂସ୍କୃତି, ପ୍ରକୃତି ଏବଂ ସମାଜ ମଧ୍ୟରେ ଗଭୀର ଏକତାର ପ୍ରତିଫଳନ। ଏହା ସହ ସ୍ୱଦେଶୀ ଉତ୍ପାଦ କିଣିବାକୁ ଜନସାଧାରଣଙ୍କୁ ମୋହି ଆହ୍ୱାନ ଦେଇଛନ୍ତି। ଜିଏସଟି ସଞ୍ଚୟ ମହୋତ୍ସବ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଏହି ବର୍ଷ ସ୍ୱଦେଶୀ ସାମଗ୍ରୀ କ୍ରୟକୁ ନେଇ ଦେଶବାସୀଙ୍କ ମଧ୍ୟରେ ଉତ୍ସାହ ରହିଛି।

ବଜାରରେ ସ୍ୱଦେଶୀ ଜିନିଷ ପ୍ରତି ଆଗ୍ରହ ବଢିବାରେ ଲାଗିଛି। ମୋ ଚିଠିରେ, ମୁଁ ଖାଦ୍ୟ ତେଲ ବ୍ୟବହାରରେ ୧୦% ହ୍ରାସ ପାଇଁ ମଧ୍ୟ ଅନୁରୋଧ କରିଥିଲି, ଏବଂ ଲୋକମାନେ ଏଥିରେ ବହୁତ ସକାରାତ୍ମକ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି। ମନ୍ କି ବାତ୍‌ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଛତିଶଗଡର ଅମ୍ବିକାପୁରରେ ଆବର୍ଜନା କାଫେ ଚାଲିଛି। ଏଗୁଡ଼ିକ ଏପରି କାଫେ ଯେଉଁଠାରେ ପ୍ଲାଷ୍ଟିକ୍ ଅଳିଆ ବଦଳରେ ଆପଣଙ୍କୁ ପୂରା ଖାଦ୍ୟ ମିଳେ।ଯଦି କେହି ଏକ କିଲୋଗ୍ରାମରୁ ଅଧିକ ପ୍ଲାଷ୍ଟିକ୍ ଆଣନ୍ତି, ତେବେ ତାଙ୍କୁ ମଧ୍ୟାହ୍ନ ଭୋଜନ କିମ୍ବା ରାତ୍ରୀ ଭୋଜନ ଦିଆଯାଏ, ଏବଂ ଯଦି ସେମାନେ ଅଧ କିଲୋଗ୍ରାମ ପ୍ଲାଷ୍ଟିକ୍ ଆଣନ୍ତି, ତେବେ ସେମାନଙ୍କୁ ଜଳଖିଆ ଦିଆଯାଏ। ଏହି କାଫେଗୁଡ଼ିକ ଅମ୍ବିକାପୁର ମ୍ୟୁନିସିପାଲ କର୍ପୋରେସନ ଦ୍ୱାରା ପରିଚାଳିତ।”

Leave a Reply

Your email address will not be published. Required fields are marked *