Spread the love

*ବଜ୍ରପାତ ଓ ସର୍ପଦଂଶନ ଜନିତ ମୃତ୍ୟୁ କମାଇବା ପାଇଁ ସଚେତନତା*

ବରଗଡ଼ : (ପବିତ୍ର ମେହେର) ::ବଜ୍ରପାତ ପରି ଭୟଙ୍କର ବିପତ୍ତିରୁ ରକ୍ଷା ପାଇବା ପାଇଁ ଓ ସର୍ପଦଂଶନ ଜନିତ ମୃତ୍ୟୁ କମାଇବା ପାଇଁ ଶିକ୍ଷାର୍ଥୀମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ବରଗଡ଼ ଜିଲ୍ଲା ଭଟଲି ବ୍ଲକ ସ୍ଥିତ ସତିହାରୀ ବାଳିକା ଉଚ୍ଚ ବିଦ୍ୟାଳୟରେଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପ୍ରଧାନ ଶିକ୍ଷୟିତ୍ରୀ ଚନ୍ଦ୍ରମା ଡନସନାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ସର୍ପଦଂଶନ ପ୍ରତିରୋଧ, ସର୍ପଦଂଶନ କ୍ଷେତ୍ରରେ ତତ୍‌କ୍ଷଣାତ୍ ଚିକିତ୍ସା ସହାୟତା ନେବାର ମହତ୍ତ୍ୱ ବିଷୟରେ ଶିକ୍ଷାର୍ଥୀମାନଙ୍କୁ ଶିକ୍ଷିତ କରିବା।ଜୁନିଅର୍ ରେଡକ୍ରସର କାଉନସେଲର ଜ୍ୟୋତ୍ସ୍ନା ମହାନନ୍ଦ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ ବିଷୟରେ ସୂଚନା ଦେଇଥିଲେ।ପ୍ରଶିକ୍ଷକ ଭାବରେ ଜନତା ହାଇସ୍କୁଲ ଭୁକ୍ତାର ବିଜ୍ଞାନ ଶିକ୍ଷକ ତଥା ଇକୋ କ୍ଲବ ମାଷ୍ଟର ଟ୍ରେନର ସଞ୍ଜୟ ଖମାରୀ ବିଷାକ୍ତ ସାପମାନଙ୍କ ପରିଚୟ,ସୁରକ୍ଷିତ ଅଭ୍ୟାସ,ସର୍ପ ଦଂଶନରେ ପ୍ରାଥମିକ ଚିକିତ୍ସା ଉପରେ ମୂଲ୍ୟବାନ ତଥ୍ୟ ପ୍ରଦାନ କରିଥିଲେଶିକ୍ଷୟିତ୍ରୀ ବନ୍ଦିତା ପଧାନ ବଜ୍ରପାତଜନିତ ବିପଦକୁ ଏଡ଼ାଇବା ପାଇଁ କି କି ସାବଧାନତା ଅବଲମ୍ବନ କରିବା ଉଚିତ ସେ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଧାରଣା ପ୍ରଦାନ କରିଥିଲେ।ସର୍ପଦଂଶନ କ୍ଷେତ୍ରରେ ଆଶୁ ଚିକିତ୍ସା ପାଇଁ କଣ କରିବା ଉଚିତ୍ ସେ ସମ୍ପର୍କରେ ଭଟଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଝସକେତନ ଧରାଇ ଶିକ୍ଷାର୍ଥୀମାନଙ୍କୁ ଧାରଣା ଦେଇଥିଲେ।ଶିକ୍ଷୟିତ୍ରୀ ବନ୍ଦିତା ପଧାନ ବଜ୍ରପାତ ଜନିତ ବିପତ୍ତିକୁ ଏଡ଼ାଇବା ପାଇଁ କି କି ସାବଧାନତା ଅବଲମ୍ବନ କରିବା ଉଚିତ ସେ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଧାରଣା ପ୍ରଦାନ କରିଥିଲେ।ଶେଷରେ ଶିକ୍ଷକ ଜ୍ଞାନ ରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ଯକ୍ରମ ପରିଚାଳନାରେ ସିଆର ସିସି ଲୋକନାଥ ମେହେର,ଶିକ୍ଷୟିତ୍ରୀ ଢାଲେଶ୍ୱରୀ ପଟେଲ, ଅନିମା ବାରିକ,ସ୍ୱପ୍ନା ସାହୁ,ହରିପ୍ରିୟା ସାହୁ,ଶିକ୍ଷକ ବ୍ୟାସଦେବ ସାହୁ,ନୀଳାମ୍ବର ନାୟକ,କିଶୋର ପଧାନ,ସୁଶାନ୍ତ କରଣ,ଦିବାକର ପଟେଲ ଏବଂ ମୂଲବାର ହାଇସ୍କୁଲର କ୍ରୀଡ଼ା ଶିକ୍ଷକ ଶ୍ରୀବତ୍ସ ପଧାନ ସକ୍ରିୟ ସହଯୋଗ କରିଥିବା ବେଳେ ବିଦ୍ୟାଳୟର ବିଜ୍ଞାନ କ୍ଲବ୍, ଶକ୍ତି କ୍ଳବ୍, ଇକୋ କ୍ଳବ୍ ଓ ଜୁନିଅର୍ ରେଡକ୍ରସର ସଦସ୍ୟ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ଶକୁନ୍ତଳା ବିଦ୍ୟାଧର ହାଇସ୍କୁଲ, ମଲବାର ଓ ପଞ୍ଚାୟତ ହାଇସ୍କଲ,ଚଢ଼େଇଗାଁର ଶିକ୍ଷାର୍ଥୀମାନେ ମଧ୍ୟ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *