Spread the love

ବଡବିଲ ଥାନା ଅନ୍ତର୍ଗତରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ସନ୍ଦେହ ପୋଲିସର ତଦନ୍ତ ଜାରି।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡବିଲ ଥାନା ଅନ୍ତର୍ଗତ ବଡବିଲ ପୌରାଞ୍ଚଳ ୱାର୍ଡ ନମ୍ବର ପନ୍ଦର ଦାମୁହାଟିଂ ଭୂୟାଁ ସାହିରେ ହତ୍ୟାକାଣ୍ଡ ସନ୍ଦେହ ବଡବିଲ ପୋଲିସ୍ ପକ୍ଷରୁ ତଦନ୍ତ ଜାରି। ସୂଚନା ଅନୁଯାୟୀ ଗତ କାଲି ରାତ୍ରୀରେ ବଡବିଲ ଦାମୂହାଟିଂ ସ୍ଥିତ ଭୂୟାଁ ସାହିରେ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିବା ଅଞ୍ଚଳ ବାସିନ୍ଦା ମାନେ ପ୍ରକାଶ କରିନ୍ତି। ଏବଂ ଆଜି ସକାଳୁ ଉକ୍ତ ଭୂୟାଁ ସାହିରେ ଜୈନିକ ମହିଳାଙ୍କ ଘରେ ଜଣେ ଯୁବକଙ୍କ ରକ୍ତ ଯୁଡୁବୁଡୁ ଅବସ୍ଥାରେ ମୃତ ଦେହ ଦେଖି ବଡବିଲ ପୋଲିସ୍ କୁ ଖବର ଦେଇଥିଲେ ଖବର ପାଇ ବଡବିଲ ଉପଖଣ୍ଡ ଆରକ୍ଷୀ ଅଧିକାରି ଶ୍ରୀ ଛୋଟରାୟ ଏବଂ ବଡବିଲ ଥାନା ଅଧିକାରୀ ରମାକାନ୍ତ ମୁଦୁଲି ସଦଳବେଳେ ଘଟଣା ସ୍ଥଳରେ ପହଞ୍ଚି ପାରିପାର୍ଶିକ ପରିସ୍ଥିତିକୁ ଅନୁଧ୍ୟାନ କରିବା ସହ ତିନିଜଣକୁ ଅଟକ ରଖି ପଚରା ଉଚରା କରୁଥିବା ନେଇ ସୂଚନା। ଘଟଣା ସ୍ଥଳରେ ଜିଲ୍ଲା ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଚଳାଇଛି।ମୃତକ ଯୁବକର ମୁଣ୍ଡରେ କୌଣସି ଧାରୁଆ ଅସ୍ତ୍ର ଅବା ପଥର ସାହାଯ୍ୟରେ ପ୍ରହାର ଯୋଗୁ ଗଭୀର କ୍ଷତ ହୋଇଥିବା ଦେଖିବାକୁ ମିଳିଛି ଯାହାଫଳରେ ଅଧିକ ରକ୍ତସ୍ରାବ ଯୋଗୁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ମୃତକଙ୍କ ନାମରେ ପୂର୍ବରୁ ଥାନାରେ ଏକାଧିକ ମାମଲା ରୁଜୁ ରହିଥିବା ନେଇ ସୂଚନା ମୃତକ ଜଣକ ହେଲେ ମହେନ୍ଦ୍ର ମହାକୁଡ ଓରଫ୍ ମୁନା ତାଙ୍କ ବୟସ ପାଖାପାଖି 35ହେବ ବୋଲି ଅନୁମାନ କରାଯାଉଛି। ତେବେ ଯୁବକଙ୍କ କେଉଁ କାରଣରୁ ମୃତ୍ୟୁ ହୋଇଛି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡିବ । ମୃତକ ମହେନ୍ଦ୍ର ର ଦୁଇଟି ସ୍ତିରୀ ଥିବା ବେଳେ ପ୍ରଥମ ସ୍ତିରୀ ରୁ ପାଞ୍ଚୋଟି ଛୁଆ ଅଛନ୍ତି ଦ୍ୱିତୀୟ ସ୍ତିରୀ ଚାରି ମାସର ଅନ୍ତସ୍ୱତା ଥିବା ନେଇ ସୂଚନା। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *