Spread the love

ବଡ଼ବିଲ ପୋଲିସ୍ ପକ୍ଷରୁ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଦିନକୁ ଦିନ ସମଗ୍ର ଦେଶ ତଥା ବିଶ୍ୱରେ ବୃଦ୍ଧି ପାଇଛି ସାଇବର ଅପରାଧ । ସଚେତନତା ଅଭାବରୁ ଦେଖାଯାଏ ବହୁ ସମୟରେ ବହୁ ସଂଖ୍ୟାରେ ଲୋକେ ଏହାର ଶିକାର ହୋଇଥାନ୍ତି। ଯାହାକୁ ପ୍ରତିହତ କରିବାକୁ ହେଲେ ଏକ ମାତ୍ର ମାଧ୍ୟମ ଲୋକଙ୍କ ମଧ୍ୟରେ ସଚେତନତା । ସେହିଭଳି ଲୋକଙ୍କୁ ସଚେତନ କରିବାକୁ ଏକ ଅଭିନବ ପ୍ରୟାସ କରିଛି ବଡ଼ବିଲ ପୋଲିସ୍। ଏହି ପରିପ୍ରେକ୍ଷୀରେ ବଡ଼ବିଲ ପୋଲିସ୍ ପକ୍ଷରୁ ଜନସାଧାରଣ ଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି। ବଡ଼ବିଲ ପୋଲିସ୍ ପକ୍ଷରୁ ବଡ଼ବିଲ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ନିକଟରେ ସାଇବର ସୁରକ୍ଷା ଏକ ସୁନ୍ଦର୍ ପଥପ୍ରାନ୍ତ ନାଟକର ପରିବେଷଣ କରଯାଇଥିଲା ଓ ତତ୍ପରେ ବିଭିନ୍ନ ବିଦ୍ୟାଳୟ ର ପିଲାଙ୍କୁ ବିଭାଗୀୟ ଅଧିକାରୀ ମାନଙ୍କୁ ନେଇ ଏକ ସାଇକେଲ ରାଲି ସହର ପରିକ୍ରମା କରିବା ସହ ସଚେତନ ବାର୍ତ୍ତା ବହନ କରିଥିବା ପ୍ଲାକକାର୍ଡ ଧରି ବୁଲୁଥିଲେ । ଏହି କାର୍ଯ୍ୟକ୍ରମ ବଡ଼ବିଲ ଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ର ନାଥ ପିଙ୍ଗୁଆ ଙ୍କ ପ୍ରତେକ୍ଷ ତତ୍ତ୍ଵାବଧାନରେ ବଡ଼ବିଲ ଥାନା ଅଧିକାରୀ ଅଶୋକ କୁମାର ନାୟକ ଙ୍କ ନେତୃତ୍ୱ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରଯାଇଥିଲା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *