Spread the love

ବଡ଼ବିଲ ପୌରାଞ୍ଚଳରେ ଦୂର୍ଗତୀ ନାସିନି ଦଶଭୂଜା ମା ଦୂର୍ଗାଙ୍କ ପୂଜା ବହୁ ଆଡ଼ମ୍ବର ସହକାରେ ପାଳନ

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ରେ ଦୂର୍ଗତି ନାସିନି ମା ଦୂର୍ଗାଙ୍କ ପୂଜା ବହୁ ଆଡ଼ମ୍ବର ସହକାରେ ପାଳନ କରାଯାଉଥିବା ଦେଖିବାକୁ ମିଳେ। ଏହି ପରିପ୍ରେକ୍ଷୀରେ ବଡ଼ବିଲ ମାଙ୍କ ସର୍ବ ପୁରାତନ ପୂଜାସ୍ଥଳୀ ବଡ଼ବିଲ ପୁରୁଣା ବସଷ୍ଟାଣ୍ଡ ନିକଟସ୍ତ ପୂଜା ମଣ୍ଡପ ଠାରେ ମା ଦୂର୍ଗା ପୂଜା ପାଉଥିବା ବେଳେ ବଡ଼ବିଲ ବିକାସମହଲ ଠାରେ ବଡ଼ବିଲ ଦୁର୍ଗାପୂଜା କମିଟି ପକ୍ଷରୁ ମାଙ୍କ ପୂଜାର୍ଚ୍ଚନା ଯଥାବିଧି ସହକାରେ ହୋଇଥିବା ବେଳେ ବଡ଼ବିଲ ଷ୍ଟେସନ ରୋଡ଼ ଠାରେ ମଧ୍ୟ ମା ଦୂର୍ଗାଙ୍କ ପୂଜା ଅତି ହର୍ଷ ଉଲ୍ଲାସ ସହକାରେ ପାଳନ କରାଯାଉଥିବା ଦେଖିବାକୁ ମିଳିଛି ଏବଂ ବଡ଼ବିଲ ପୌରଞ୍ଚଳ କଳିଙ୍ଗ ନଗର ଠାରେ ହେଉଥିବା ମାଆଙ୍କ ପୂଜା କେନ୍ଦୁଝର ଜିଲ୍ଲାରେ ପ୍ରସିଦ୍ଧ ଲାଭ କରିଛି। ଏହି ପୂଜାକୁ ଉପଭୋଗ କରିବାକୁ ବିଭିନ୍ନ ରାଜ୍ୟରୁ ଲୋକେ ଏଠାକୁ ଆସି ପୂଜାକୁ ଉପଭୋଗ କରନ୍ତି। ଏହି ଅବସରରେ ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ଲୋକଙ୍କ ସମାଗମ ହୋଇଥାଏ। ଏହି ପୂଜା ମଣ୍ଡପ ଠାରେ ମା ଦୂର୍ଗାଙ୍କ ପୂଜା ଅତି ଆଡ଼ମ୍ବର ସହକାରେ ପାଳନ କରାଯାଉଥିବା ବେଳେ ଏଠାରେ ବିଶେଷ ଭାବେ ମିନବଜାର ସାଙ୍ଗକୁ ବିଭିନ୍ନ ଦୋକାନ ବଜାର ଓ ତାରିଣୀ ଗଣନାଟ୍ୟ ଯାତ୍ରା ର ଭରପୁର ଆନନ୍ଦ ଲୋକେ ଉଠାଉଛନ୍ତି। ବଡ଼ବିଲ ପୌରାଞ୍ଚଳ ରେ ହୋଇଥିବା ବିଭିନ୍ନ ପୂଜାମଣ୍ଡପ ଠାରେ ଅତି ସୁସଜ୍ଜିତ ଆକର୍ଷଣୀୟ ଭାବେ ନିର୍ମାଣ ହୋଇଥିବା ମାଙ୍କ ମୂର୍ତ୍ତୀ ଓ ଭିନ୍ନ ଭିନ୍ନ ଢ଼ଙ୍ଗରେ ନିର୍ମାଣ ହୋଇଥିବା ତ୍ୱରଣ ସବୁକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ବଡ଼ବିଲ ପୋଲିସ୍ ପ୍ରଶାସନ ପକ୍ଷରୁ ସମସ୍ତ ପୂଜା ମଣ୍ଡପ ଠାରେ ପୋଲିସ୍ କର୍ମଚାରୀ ଓ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଥିବା ଦେଖିବାକୁ ମିଳିଥିଲା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *