Spread the love

ବଡ଼ବିଲ ପୌରାଞ୍ଚଳରେ ପବିତ୍ର ହୋଲି ଅବସରରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତରେ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ଠାରେ ହୋଲି ଅବସରରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି,ଏହି ପରିପ୍ରେକ୍ଷୀରେ ବଡ଼ବିଲ ମେନ୍ ରୋଡ ସ୍ଥିତ ବଡ଼ବିଲ ମଣ୍ଡଳ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ରେ ସହସ୍ର ସଂଖ୍ୟାରେ କର୍ମକର୍ତ୍ତା ଉପସ୍ଥିତ ରହି ପରସ୍ପରକୁ ହୋଲି ଲଗାଇ ମିଠା ଖୁଆଇ ନାଚଗୀତ ସହ ଅତି ହର୍ଷ ଉଲ୍ଲାସ ସହକାରେ ଏହି ବନ୍ଧୁ ମିଳନ ପର୍ବକୁ ପାଳନ କରିଥିଲେ। ଏହି ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟିର ଚମ୍ପୁଆ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାଥି ଡକ୍ଟର ମୁରଲୀ ମନୋହର ଶର୍ମା ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ବଡ଼ବିଲ, ଯୋଡ଼ା,ନାଲଦା ବଲାନୀ ଅଞ୍ଚଳର ପୁରୁଷ ଓ ମହିଳା କର୍ମକର୍ତ୍ତା ଗଣ ଉପସ୍ଥିତ ଥିଲେ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *