Spread the love

ବଡ଼ବିଲ ପୌରାଞ୍ଚଳ ୱାର୍ଡ ନମ୍ବର୧୫ ସୁନ୍ଦୁରାବସ୍ତିରୁ ଜୈନିକ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର।

କେନ୍ଦୁଝର ଜିଲ୍ଲାର ବଡ଼ବିଲ ପୌରାଞ୍ଚଳ ତଥା ବଡବିଲ ଥାନା ଅନ୍ତର୍ଗତ ସୁନ୍ଦରା ବସ୍ତିର ଏକ ଭଡ଼ା ଘରୁ ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର । ମୃତକ ଜଣଙ୍କ ର ପରିଚୟ ମିଳିଛି, ସେ ହେଉଛନ୍ତି ବିଜୟ ଗୋପ୍ । ବିଜୟଙ୍କ ସ୍ତ୍ରୀ ସୁଧା ଗୋପ୍ ଅନ୍ୟତ୍ର ରହୁଥିଲା ବେଳେ, ସୁନ୍ଦୁରାବସ୍ତି ସ୍ଥିତ ମା’ ତାରିଣୀ ଗୋଶାଳା ନିକଟରେ ଥିବା ଆଇନଜୀବୀ ଚନ୍ଦ୍ରଶେଖର ରାଉତଙ୍କ ଘର ଭଡ଼ା ନେଇ ଏକାକି ରହିଆସୁଥିଲେ ବିଜୟ । ତେବେ ଆଜି ସନ୍ଧ୍ୟାରେ ପ୍ରବଳ ଦୁର୍ଗନ୍ଧ ହେବାରୁ ଘର ମାଲିକଙ୍କ ସନ୍ଦେହ ହୋଇଥିଲା ଏବଂ ସେ କବାଟ ଖୋଲିବାକୁ ଚେଷ୍ଟା କରିଥିଲେ, କବାଟ ବନ୍ଦ ଥିବାରୁ ସେ ଜୋରରେ ଧକା ମାରି କବାଟ ଖୋଲିଥିଲେ, ଏବଂ ଘର ଭିତରେ ବିଜୟ କୁ ମୃତ ଅବସ୍ଥାରେ ପଡ଼ିଥିବା ଦେଖି ଏନେଇ ବଡ଼ବିଲ ପୋଲିସକୁ ଖବର ଦେଇଥିଲେ । ବଡବିଲ ପୋଲିସ୍ ପକ୍ଷରୁ ଏ ଏସ ଆଇ ବରଦା ପ୍ରସନ୍ନ ସାହୁ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଘର ଭିତରେ ବିଜୟଙ୍କ ଗଳିତ ମୃତଦେହ ପଡ଼ିଥିବାର ଦେଖିବାକୁ ପାଇଥିଲେ । ବିଜୟଙ୍କ ସ୍ତ୍ରୀ ସୁଧା ଗୋପଙ୍କ କହିବା କଥା ୮ ଦିନ ପୂର୍ବେ ବିଜୟ ତାଙ୍କୁ ସାକ୍ଷାତ କରିଥିଲେ । ତେବେ କିଭଳି ପରିସ୍ଥିତିରେ ବିଜୟଙ୍କ ମୃତ୍ୟୁ ଘଟିଲା ତାହା ସ୍ପଷ୍ଟ ହୋଇନାହଁ । ବଡ଼ବିଲ ପୋଲିସର ମୃତ ଦେହକୁ ଉଦ୍ଧାର କରି ସବ ବ୍ୟବେଛେଦ ପାଇଁ ବଡବିଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ବେଳେ ଅଧିକ ତଦନ୍ତ ଚାଲୁ ରଖିଛି।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ।

Leave a Reply

Your email address will not be published. Required fields are marked *