Spread the love

ବଡ ସ୍ୱପ୍ନ ଦେଖ, ସେହି ସ୍ୱପ୍ନକୁ ସାକାର କରିବା ପାଇଁ କଠିନ ପରିଶ୍ରମ କର – ଆକାଶ


କୋରେଇ, ତା.୨୭/୦୪ : କୋରେଇ ବ୍ଲକ୍‍ ଅନ୍ଧାରୀ ଗ୍ରାମପଞ୍ଚାୟତ କିଆପଦା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ ତା.୨୬.୦୪.୨୦୨୩ ରିଖରେ ପାଳିତ ହୋଇଥିଲା । ପୂଜ୍ୟପୂଜା ପରମ୍ପରା ଅନୁସାରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ସଭାପତି ରାଜକିଶୋର ମହାକୁଡଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ହେମନ୍ତ କୁମାର ବାହାଲିଆ ସଭା ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବେ ଆକାଶ ଦାସନାୟକ, ମାନ୍ୟବର ମୋ କଲେଜ ଅଧ୍ୟକ୍ଷ, ଓଡିଶା ସରକାର ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବକୁ ଉଦ୍‍ଘାଟନ କରିଥିଲେ । ଶ୍ରୀ ଦାସନାୟକ ତାଙ୍କ ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ – ବଡ ସ୍ୱପ୍ନ ଦେଖ, ସେହି ସ୍ୱପ୍ନକୁ ସାକାର କରିବା ପାଇଁ କଠିନ ପରିଶ୍ରମ କର । ଅଭିଭାବକ ଓ ଅଭିଭାବିକାମାନଙ୍କୁ ତାଙ୍କ ବକ୍ତବ୍ୟ ମାଧ୍ୟମରେ କହିଥିଲେ – କୋମଳମତି ପିଲାମାନେ ଏକ ମାଟି ପିଣ୍ଡୁଳା । ତାଙ୍କୁ ଆପଣମାନେ ଯେପରି ଗଢିବେ ସେମାନେ ସେପରି ସମାଜରେ ପ୍ରତିଷ୍ଠିତ ହୋଇପାରିବେ । ଏହି ଉତ୍ସବରେ ମୁଖ୍ୟବକ୍ତା ସୁଦର୍ଶନ ପ୍ରଧାନ, ସଂଯୋଜକ ଶିକ୍ଷା ବିକାଶ ପରିଷଦ, ଓଡିଶା, ସମ୍ମାନିତ ଅତିଥି ଭାବେ ଭିକାରୀ ଚରଣ ବରାଳ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ, କୋରେଇ, ରାଜେନ୍ଦ୍ର କୁମାର ରାଉତରାୟ, ସରପଞ୍ଚ, ଅନ୍ଧାରୀ ଗ୍ରାମପଞ୍ଚାୟତ, ଯଦୁମଣି ମହାକୁଡ, ରାଜ୍ୟପାଳ ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ, ହରେକୃଷ୍ଣ ସ୍ୱାଇଁ, ସି.ଆର.ସି.ସି., ସୁରେନ୍ଦ୍ର ନାଥ ଦେ, ଉପସଭାପତି, ଶିକ୍ଷା ବିକାଶ ପରିଷଦ, ଓଡିଶା, ମଦନମୋହନ କର, ପୂର୍ବତନ ବି.ଆର.ସି.ସି., ଗଙ୍ଗାଧର ସ୍ୱାଇଁ, ଅବସରପ୍ରାପ୍ତ ଶିକ୍ଷକ, ପଦ୍ମନାଭ ହୋତା, ଅବସରପ୍ରାପ୍ତ ଶିକ୍ଷକ, ମଙ୍ଗୁଳି ଚରଣ ଦାସ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ, ରଞ୍ଜନ କୁମାର ଦାସ, ସରପଞ୍ଚ, ପାଟରଙ୍ଗା ଗ୍ରାମପଞ୍ଚାୟତ ପ୍ରମୁଖ ଯୋଗଦେଇଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଯାଜପୁରରୁ ଜିଲ୍ଲା ପ୍ରତିନିଧି ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *