Spread the love

ଭୂବନେଶ୍ଵର, ୨୦/୧୨ : ବଦଳିବ ପରିକ୍ରମା ପ୍ରକଳ୍ପ ଡିଜାଇନ୍। ଲୋକଙ୍କ ଧର୍ମୀୟ ଭାବନାକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ଗୃତ ଯଜ୍ଞ, ଅନ୍ନ ଯଜ୍ଞ, ଜ୍ଞାନ ଯଜ୍ଞ ମଣ୍ଡପ ତିଆରି ହେବ। ୨ ରୁ ୩ ମାସ ଭିତରେ ଏନେଇ ସ୍ପଷ୍ଟ ନିଷ୍ପତ୍ତି ଆସିବ ବୋଲି ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଆଇନ ମନ୍ତ୍ରୀ କହିଛନ୍ତି ଯେ, ନୂଆବର୍ଷରେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ବଡ଼ ନିଷ୍ପତ୍ତି।

ଏଣିକି ନାଟମଣ୍ଡପ, ଗରୁଡ଼ ସ୍ତମ୍ଭରୁ ବାହାର କାଠ ପର୍ଯ୍ୟନ୍ତ ଯେଉଁଠି ଠିଆ ହେଲେବି କରିପାରିବେ ମହାପ୍ରଭୁଙ୍କ ଦର୍ଶନ। ଏହାଦ୍ୱାରା ଆଉ ଠେଲାପେଲା ହେବନାହିଁ। ସେଥିପାଇଁ ବ୍ୟବସ୍ଥା କରାଯାଇଛି। ଭକ୍ତ ମନ୍ଦିରର ଗୋଟିଏ ପଟେ ପଶିଲେ ଆରପଟ ରାସ୍ତାରେ ବାହାରିବେ। ଭକ୍ତ ଓ ଜଗନ୍ନାଥ ପ୍ରେମୀଙ୍କ ସହଯୋଗ ଲୋଡିଲେ ଆଇନ ମନ୍ତ୍ରୀ। ଦିବ୍ୟାଙ୍ଗ ଓ ବୃଦ୍ଧଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବି ଖୁବ ଶୀଘ୍ର ନୂଆ ବ୍ୟବସ୍ଥା ହେବ।

Leave a Reply

Your email address will not be published. Required fields are marked *