Spread the love

ବନୋମହୋତ୍ସବ ସପ୍ତାହ ର ଶୁଭାରମ୍ଭ
ଫାଶୀମାଲ, ତା-୧/୭ – ଜମନକିରା ବ୍ଲକ ଅନ୍ତର୍ଗତ ଜମନକିରା ରେଞ୍ଜର ପୁକୁଡ଼ା-ଗରିଆବାହାଲ ଗ୍ରାମ୍ୟ ସଂରକ୍ଷିତ ଜଙ୍ଗଲରେ ଡ଼ି.ଏଫ. ଓ ବିକ୍ରମ ଦେବ ପଟ୍ଟନାୟକ ଏବଂ ବନାଞ୍ଚଳ ଅଧିକାରୀ ଲେଖାରାଣୀ ମହାନନ୍ଦଙ୍କ ନେତୃତ୍ୱରେ ୭୭ ତମ ବନୋମହୋତ୍ସବ ସପ୍ତାହ ର ଶୁଭାରମ୍ଭ ହୋଇଯାଇଛି
ଏହି ଅବସରରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଅଙ୍ଗନବାଡ଼ି କର୍ମୀ ସ୍କୁଲ ଛାତ୍ର ଛାତ୍ରୀ ବୃକ୍ଷପ୍ରେମୀମାନେ ପ୍ରାୟ ୫୦୦ ଚାରା ରୋପଣ କରାଯାଇଥିଲା।
ବର୍ତ୍ତମାନ ବିଶ୍ୱ ଜଳବାୟୁ ପରିବର୍ତ୍ତନ, ଅସ୍ୱାଭାବିକ ପାଣିପାଗ, ଉଷ୍ମତା ବୃଦ୍ଧି, ବନ୍ୟା, ବାତ୍ୟା, ମରୁଡ଼ି ଓ ଜୈବ ବିବିଧତା ହ୍ରାସ ଭଳି ସମସ୍ୟାର ସମ୍ମୁଖୀନ ହେଉଛି। ଏହାର ମୁକାବିଲା ପାଇଁ ଜଙ୍ଗଲ, ଜଳଉତ୍ସ ଓ ଜୈବସମ୍ପଦର ସୁରକ୍ଷା ସହ ବୃକ୍ଷରୋପଣ ଅତ୍ୟନ୍ତ ଆବଶ୍ୟକ। ତେଣୁ ସବୁଜ ପରିବେଶ ଗଠନ ଓ ପ୍ରଦୂଷଣମୁକ୍ତ ସମାଜ ସୃଷ୍ଟି ପାଇଁ ଏଭଳି କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯାଉଛି ବୋଲି ଡ଼ି ଏଫ ଓ ଶ୍ରୀ ପଟ୍ଟନାୟକ ମତ ପ୍ରକାଶ କରିଥିଲେ
ଗ୍ରାମବାସୀ, ସମାଜସେବୀ ଓ ବୃକ୍ଷପ୍ରେମୀଙ୍କ ସହଯୋଗରେ ବହୁ ସଂଖ୍ୟକ ଚାରା ରୋପଣ କରାଯାଇଥିଲା। ବନ ବିଭାଗର ଏହି ପଦକ୍ଷେପ କେବଳ ପ୍ରକୃତି ଓ ପରିବେଶ ସୁରକ୍ଷା ନୁହେଁ, ବରଂ ଜଳବାୟୁ ଅନୁକୂଳ ବିକାଶ, ସାମାଜିକ ସୁରକ୍ଷା ଏବଂ ଭବିଷ୍ୟତ ପିଢ଼ିର କଲ୍ୟାଣ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବୁଦ୍ଧିଜୀବୀ ମହଲ ରେ ମତ ପ୍ରକାଶ ପାଇଛି କାର୍ଯ୍ୟକ୍ରମରେ ବନପାଳ ସୁଜିତ ପଟେଲ, ବୈଜୟନ୍ତୀ ନାୟକ, ଚନ୍ଦ୍ରଶେଖର ଭୋଇ ଏବଂ ବନରକ୍ଷୀ ମିନା ଜୟପୁରିଆ, ଝିଲ୍ଲୀ କୁମାରୀ ପଟେଲ,ଖିରୋଦିନୀ ରଣା, ଇନ୍ଦ୍ରାଣୀ ସ୍ୱାଇଁ, ଡେନିସ ମିଞ୍ଜ, ଜୟନ୍ତୀ ରମଜାନ, ରଶ୍ମିରଞ୍ଜନ ବିଶ୍ୱାଳ, ସୁଜାତା ପଟେଲ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବଲପୁର ରୁ ନରେନ୍ଦ୍ର ସାହୁ ଙ୍କ ରିପୋର୍ଟ ଜାଗ୍ରତ ଭାରତ ନୀଉଜ୍।

Leave a Reply

Your email address will not be published. Required fields are marked *