ସନାତନଧର୍ମର ବ୍ୟାପକ ପ୍ରଚାର ପ୍ରସାର, ଗୋମାତା ତଥା ରାଷ୍ଟ୍ରୀୟ ସୁରକ୍ଷା ସାମ୍ପ୍ରତିକ ସମୟର ବହୁ ପ୍ରାସଙ୍ଗିକତା -ଅନ୍ତଃରାଷ୍ଟ୍ରୀୟ ବୌଦ୍ଧିକ ମଞ୍ଚ
ଭୁବନେଶ୍ୱର ତା 30/09/26 ସ୍ଥାନୀୟ ଜୟଦେବ ବିହାର ସ୍ଥିତ ସତ୍ୟାନନ୍ଦ ଯୋଗ ବିଦ୍ୟାଳୟ ପରିସରରେ ଅନ୍ତଃରାଷ୍ଟ୍ରୀୟ ବୌଦ୍ଧିକ ମଞ୍ଚ ଓଡିଶା ପକ୍ଷରୁ ଓଡ଼ିଆ ଦୈନିକ ମୁଦ୍ରିତ ଗଣମାଧ୍ୟମ “ସଶକ୍ତ ବାର୍ତ୍ତା “ଆନୁକୂଲ୍ୟରେ ଏକ ବିରାଟ ସନ୍ଥ ସମ୍ମିଳନୀ ଆୟୋଜିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ସ୍ଵାମୀ ଅଖଣ୍ଡାନନ୍ଦ ବାବା ରାଷ୍ଟ୍ରୀୟ ଉପସଭାପତି ଅନ୍ତଃରାଷ୍ଟ୍ରୀୟ ବୌଦ୍ଧିକ ମଞ୍ଚଙ୍କ ସଂଯୋଜନା ଓ ସମ୍ପାଦକ ସଶକ୍ତ ବାର୍ତ୍ତା ବିଜୟ କୁମାର ପ୍ରଧାନଙ୍କ ପରିଚାଳନାରେ ମୁଖ୍ୟଅତିଥି ଭାବେ ସ୍ଵାମୀ ସ୍ବଦେଶାନନ୍ଦ ବ୍ରହ୍ମଗିରି ମହାରାଜ ଅନ୍ତଃରାଷ୍ଟ୍ରୀୟ ଅଧ୍ୟକ୍ଷ ସତ୍ୟସନାତନ ଟ୍ରଷ୍ଟ, ସମ୍ମାନିତ ଅତିଥିଭାବେ ଅମନ ଭରଦ୍ୱାଜ,ଅନାମ ବାବା, ଅଖିଳେଶ ଜୈନଙ୍କ ସହିତ, ସଂଗଠନର ସଭାପତି ଗୁରୁଚରଣ ପଣ୍ଡା ପ୍ରମୁଖ ଉପସ୍ଥିତ ରହିବା ସହ ସନାତନ ଧର୍ମର ବ୍ୟାପକ ପ୍ରଚାର, ପ୍ରସାର, ଗୋମାତା ସୁରକ୍ଷା ସହିତ, ଗୋମାତାଙ୍କୁ ରାଷ୍ଟ୍ରୀୟ ମାତାଙ୍କ ମାନ୍ୟତା ପ୍ରଦାନ, ସନ୍ଥଙ୍କ ସୁରକ୍ଷା, ପୁଜ୍ୟପୂଜାକୁ ପ୍ରାଥମିକ ଦେବା ସହିତ ସାଧୁ,ସନ୍ଥ ମାନଙ୍କ ପାଇଁ ସ୍ୱତନ୍ତ୍ର ବିଭାଗ ସରକାର ଖୋଲିବା ପ୍ରମୁଖ ଉପରେ ଭାରତ ବାହାରୁ ଓ ଅନ୍ୟ ରାଜ୍ୟରୁ ଆସିଥିବା ପ୍ରାୟ ପାଞ୍ଚସହ ସାଧୁଙ୍କ ସମ୍ମିଳନୀରେ ଉକ୍ତ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଆଲୋଚନା ଓ ମତବ୍ୟକ୍ତ କରାଯାଇଥିଲା l ସନାତନଧର୍ମ କୁ ସରକାରଙ୍କ ସହିତ ସାଧାରଣ ବ୍ୟକ୍ତିବିଶେଷ ସୁରକ୍ଷା ଦେବାପାଇଁ ଆଗେଇ ଆସିବାକୁ ସମ୍ମିଳନୀରେ ମତବ୍ୟକ୍ତ କରାଯାଇଥିଲା l ଆଗାମୀ ନଭେମ୍ବର ମାସ ପ୍ରଥମ ସପ୍ତାହରେ ପୁନର୍ବାର ଏକ ବିରାଟ ସାଧୁସନ୍ଥ ସମ୍ମିଳନୀ ଆୟୋଜିତ ହେବ ବୋଲି ମଞ୍ଚପକ୍ଷରୁ କୁହାଯାଇଥିଲା l ସମ୍ପାଦକ ବିଜୟ କୁମାର ମତବ୍ୟକ୍ତ କରିଥିଲେ ଏହିପରି ବୌଦ୍ଧିକ ସମ୍ମିଳନୀ ଆଜିର ବହୁ ପ୍ରାସଙ୍ଗିକତା ବହନ କରେ l ଏହି ଅବସରରେ ବାହାରୁ ଆସିଥିବା ସାଧୁ ସନ୍ୟାସୀଙ୍କୁ ସମ୍ମାନିତ କରାଯିବା ସହିତ “ସଶକ୍ତ ବାର୍ତ୍ତା “ପକ୍ଷରୁ ସହ ସହ ସମ୍ପାଦକ ଅନିତା ମଞ୍ଜରୀ ସ୍ୱାଇଁ,ବାର୍ତ୍ତା ସମ୍ପାଦକ, ଅରବିନ୍ଦ ତ୍ରିପାଠୀ ବାର୍ତ୍ତା,ସମାଜସେବୀ ସୁମିତ୍ରା ପଣ୍ଡା,ନାରାୟଣ ଖୁଣ୍ଟିଆ, ପ୍ରଶାନ୍ତ କୁମାର ମହାପାତ୍ର, ନବକିଶୋର ପ୍ରଧାନ, ସାହିତ୍ୟିକା ସରୋଜିନୀ ମିଶ୍ର, ମନୋରଞ୍ଜନ ମହାନ୍ତି, ସୁନାକାର ସିଂ,ପ୍ରିୟ ବ୍ରତ ବାରିକ, ବିଷ୍ଣୁପ୍ରିୟା ନାୟକ, ପ୍ରଜ୍ଞା ପଟନାୟକ,ରିଭା ମହାନ୍ତି, ରୀନା ମହାନ୍ତି ପ୍ରମୁଖଙ୍କୁ ମାନପତ୍ର, ଉତ୍ତରୀୟ, ଚାରା ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l
ଉକ୍ତ କାର୍ଯ୍ୟକ୍ରମରେ ବହୁ ସାଧୁସନ୍ଥ, ସାରସ୍ୱତ ପ୍ରତିଭାଧାରୀ ବ୍ୟକ୍ତିତ୍ୱ, ସଂଗଠକ, ବୁଦ୍ଧିଜୀବି ଉପସ୍ଥିତ ରହିବା ସହ ନିଜନିଜ ବକ୍ତବ୍ୟ ପ୍ରଦାନ କରିଥିଲେ l
