Spread the love

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ବନ୍ଦା ଗ୍ରାମରେ ଆଜି ନୂତନ ମହିମା ମନ୍ଦିର ପ୍ରତିଷ୍ଠା ଓ ବାର୍ଷିକ ବାଲ୍ୟା ଲୀଳା ଉତ୍ସବ ପାଳିତ ହୋଇଯାଇଛି। ଆଜି ସକାଳ ୩ ଘଟିକା ପଣା ଅମୁଁଣିଆ, ପ୍ରଭାତ ଅବକାଶ ଭଜନ ଜଣାଣ, ବ୍ରହ୍ମଧୂନି ଲାଗିବା ପରେ ଅଖଣ୍ଡ ବତି ଲାଗିଲା ନାମ କାର୍ଯ୍ୟକ୍ରମ ପରେ ମନ୍ଦିର ପ୍ରତିଷ୍ଠା ହୋଇଥଲା। ଅଖଣ୍ଡ ଦ୍ଵୀପ ଅନବରତ ଚାଲୁ ରହିବା ପାଇଁ ଗୃତାହୃତି ପ୍ରଦାନ କରାଯାଇଥିଲା। ସନ୍ଧ୍ୟା ରେ ଯୋରନ୍ଦା ଗାଦି ର କାଉପୁନି ଧାରୀ ବାବା ମାନଙ୍କ ଦ୍ଵାରା ଆତ୍ମ ସେବା ଓ ପ୍ରାସାଦ ସେବନ କରିଥିଲେ। ବିଭିନ୍ନ ଅଞ୍ଚଳରୁ ଆସୁଥିବା କାଉପୁଣି ଧାରୀ ସାଧୁ ସନ୍ଥ ମାନେ ନୂତନ ମହିମା ମନ୍ଦିର ପ୍ରତିଷ୍ଠା ଉତ୍ସବ ରେ ଯୋଗ ଦେଇଥିଲେ। ଗ୍ରାମର ୨ଶହ ମହିଳା ଜୋତି ଦ୍ଵୀପ ଧରି ଖଞ୍ଜଣି ଭଜନ ଗାଈ ଗାଈ ସ୍ଥାନୀୟ ଜଗତ ଭଗତଙ୍କ ଗହଣ ରେ ଗ୍ରାମ ପରିକ୍ରମା ଓ ଯୋତି ଯାତ୍ରା ରେ ସମସ୍ତେ ଗ୍ରାମ ପରିକ୍ରମା ସାରି ମହିମା ପୀଠ ରେ ପହଞ୍ଚି ରାତି ସାରା ଭଜନ କୀର୍ତ୍ତନ କାର୍ଯ୍ୟକ୍ରମ ହୋଇଥିଲା। କଉପୁନି ଧାରୀ ମହିମା ସମାଜର ଶ୍ରୀମଦ ରଘୁନାଥ ବାବାଙ୍କ ତତ୍ତ୍ବବଧାନରେ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା। ବୈଷ୍ଟ୍ୟବ ଚରଣ ବାବା, କରୁଣାକର ବାବା, ରବି ବାବା, ଭୀଷ୍ମ ବାବା, ପରମାନନ୍ଦ ଦାସ, ମୁରଲୀ ଦାସ, ବିଜୟ ଦାସ ଯୋରନ୍ଦା, ଅଙ୍ଗରବନ୍ଧ, କୁଲାଡ, ଗଲପଡା, ରଣସିଂହ, ଖଳିବେରିନି ମହିମା ଟୁଙ୍ଗୀରୁ ଆସି ଯୋଗ ଦେଇଥିଲେ। ବନ୍ଦା ମହିମା ଟୁଙ୍ଗୀ ମନ୍ଦିରର ସଭାପତି ପ୍ରଫୁଲ୍ଲ ଚନ୍ଦ୍ର ସାହୁ, ସମ୍ପାଦକ କିଶୋର ଚନ୍ଦ୍ର ବେହେରା, କୋଷାଧ୍ୟକ୍ଷ ପ୍ରମୋଦ ଚନ୍ଦ୍ର ସାହୁ, ନୀତି ପରିଚାଳକ ଦିବାକର ସାହୁ ଓ ପରମାନନ୍ଦ ସାହୁ, ଉପଦେଷ୍ଟା ଲୋକନାଥ ସାହୁ, ପରିଚାଳନା ରେ ମନ୍ଦିର ପ୍ରତିଷ୍ଠା ଓ ବାର୍ଷିକ ବାଲ୍ୟଲୀଳା ଉତ୍ସବ ବନ୍ଦା ମହିମା ଟୁଙ୍ଗୀ ରେ ଅନୁଷ୍ଠିତ ହୋଇଥିଲା।

By

Leave a Reply

Your email address will not be published. Required fields are marked *