Spread the love

ବନ୍ଦା ଅଲେଖ ମହିମା ଟୁଙ୍ଗିରେ ନୂତନ ପୁସ୍ତକ ଉନ୍ମୋଚନ ବଅଁରପାଳ –ବଅଁରପାଳ ବ୍ଲକ ବନ୍ଦା ଗ୍ରାମର ଅଲେଖ ମହିମା ଟୁଙ୍ଗୀ ପରିସରରେ ବନ୍ଦା ଗ୍ରାମର ବୈଦ୍ୟ ବିଶାରଦ ତଥା ମହିମା ଧର୍ମାଲମ୍ବି ସ୍ୱର୍ଗତ ପ୍ରଧାନ ନରେନ୍ଦ୍ରନାଥ ସାହୁଙ୍କ ପ୍ରାୟ ଅଶି ବର୍ଷ ତଳେ ରଚିତ କବିତା, ଭଜନ ଇତ୍ୟାଦି ତାଙ୍କର ନାତୁଣୀ ଅବସରପ୍ରାପ୍ତ ଅଧ୍ୟାପିକା ଡକ୍ଟର ରମା ମଞ୍ଜରୀ ସାହୁଙ୍କ ଦ୍ୱାରା ସଂଗୃହିତ ଓ ସଂକଳନ କରାଯାଇ “ଅନୁଗୋଳ ମାଟିର କବିରାଜ ନରେନ୍ଦ୍ରନାଥଙ୍କ ସୃଷ୍ଟି ସମ୍ଭାର “ନାମରେ ଏକ ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଅଛି l ଏହି ସମାରୋହରେ ମୁଖ୍ୟ ଅତିଥି ବନ୍ଦା ଗ୍ରାମ ନିବାସୀ ଅବସରପ୍ରାପ୍ତ ହାଇସ୍କୁଲ ଶିକ୍ଷକ ତଥା ପଞ୍ଚଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରର ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ନରେଶ ଚନ୍ଦ୍ର ସାହୁ,ମୁଖ୍ୟବକ୍ତା ଭାବରେ ଅନୁଗୋଳର ବିଶିଷ୍ଟ ସାହିତ୍ୟିକ ଅକ୍ଷୟ କୁମାର ପଟ୍ଟନାୟକ, ସମ୍ମାନୀୟ ଅତିଥି ଅବସରପ୍ରାପ୍ତ ଶିକ୍ଷକ ହରମୋହନ ପଣ୍ଡା, ସଭାପତି ମହିମା ଟୁଙ୍ଗୀର ମୁଖ୍ୟ ପରିଚାଳକ ଅବସରପ୍ରାପ୍ତ ଶିକ୍ଷକ ଲୋକନାଥ ସାହୁ ଓ ବହିର ସଂକକକ ଡକ୍ଟର ରାମମଞ୍ଜରୀ ସାହୁ ମଞ୍ଚାସିନ ଥାଇ ପୁସକ ଉନ୍ମୋଚନ କରିଥିଲେ l ଏହି ଅବସରରେ କବିରାଜ ନରେନ୍ଦ୍ରନାଥଙ୍କ ନାତୁଣୀ ଜ୍ୱାଇଁ ଅବସରପ୍ରାପ୍ତ ଡାକ୍ତର ସୋମନାଥ ଗଡ଼ନାୟକ,ଡାକ୍ତର ସୁଶାନ୍ତ ଗଡ଼ନାୟକ, ନାତି ସନ୍ତୋଷ କୁମାର ସାହୁ, ଦିଲ୍ଲୀପ କୁମାର ସାହୁ, ପ୍ରଦୀପ କୁମାର ସାହୁ, ଅଶୋକ କୁମାର ସାହୁ ସମେତ ଗ୍ରାମର ମାନ୍ୟଗଣ୍ୟ ବରିଷ୍ଠ ନାଗରିକ ମାନଙ୍କ ସହ ଶତାଧିକ ମହିମା ଧର୍ମଲମ୍ବୀ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମକୁ କବି ନରେନ୍ଦ୍ରନାଥଙ୍କ ନାତି ତଥା ବରିଷ୍ଠ ଓକିଲ ଶ୍ରୀ ହେମନ୍ତ କୁମାର ସାହୁ ପରିଚାଳନା କରିଥିଲେ l

Leave a Reply

Your email address will not be published. Required fields are marked *