Spread the love

ବନ୍ଦା ଗ୍ରାମ ପଞ୍ଚାୟତ ରେ ବି ଜେ ଡି ର ଜନସମ୍ପର୍କ ପଦଯାତ୍ରା

 

ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆଜି ଅନୁଗୋଳ ନିର୍ବାଚନ ମଣ୍ଡଳୀର ବଅଁରପାଳ ବ୍ଲକର ବନ୍ଦା ଗ୍ରାମ ପଞ୍ଚାୟତ ରେ ଜନ୍ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଓଡିଶା ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ଓ ଜନ କଲ୍ୟାଣକାରୀ ଯୋଜନା ଏବଂ ନବୀନ ଓଡ଼ିଶାର ବିକାଶର ବାର୍ତ୍ତା କୁ ଘରେ ଘରେ ପହଞ୍ଚାଇବା ହେଉଛି ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ। ଗ୍ରାମାରେ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହିତ ଉଚିତ ସମାଧାନ ପାଇଁ ଆଲୋଚନା କରାଯାଇଥିଲା। ଯୁବ ନେତା ଅରୁଣାଭ ସିଂହଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ପଦଯାତ୍ରାରେ ଜିଲ୍ଲା ବିଜେଡି ଉପ ସଭାପତି ବାଉରୀ ବନ୍ଧୁ ସାହୁ, ଜିଲ୍ଲା ପରିଷଦ ଗୋପାଳ ଚନ୍ଦ୍ର ନାଏକ,ବ୍ଲକ୍ ଚେୟାରମ୍ୟାନ ବିଜୟ କୁମାର ନାଥ, ୨୮ ନମ୍ବର ଜୋନ ପର୍ଯ୍ୟବେକ୍ଷକ ସୁବାଷ ଚନ୍ଦ୍ର ପଟ୍ଟନାୟକ, ସରପଞ୍ଚ ନକୁଳ ସାହୁ, ସମିତ ସଭ୍ଯ ଦୁଷ୍ମନ୍ତ ଗଡନାୟକ, ସମାଜସେବୀ ଅଭିମନ୍ୟୁ ସାହୁ, ପ୍ରମୁଖ ଉପସ୍ଥିତ ରହିଥିଲେ। ।

Leave a Reply

Your email address will not be published. Required fields are marked *