Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ବନ୍ୟଜନ୍ତୁ ଶିକାର ଫାଶରେ ପଡି ବନକର୍ମଚାରୀ ଗୁରୁତ୍ତର

(ଜେ ବି ଏନ /ସୁଶାନ୍ତ ମହାପାତ୍ର)୦୪/୦୧ /୨୦୨୧ ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନଖଣ୍ଡ ଅଞ୍ଚଳର ବେଡାବସଲା ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ଫାଶରେ ପଡି ବନକର୍ମଚାରୀ ଗୁରୁତ୍ତର ହୋଇଛନ୍ତି। ଗୁରୁତ୍ତର ହୋଇଥିବା ବନକର୍ମଚାରୀ ଜଣଙ୍କ ହେଲେ ରାସୋଳ ଥାନା ଅନ୍ତର୍ଗତ କଳିଙ୍ଗା ଗ୍ରାମର ଛବି ନାରାୟଣ ପାଳ। ହିନ୍ଦୋଳ ବନଖଣ୍ଡ ଅଞ୍ଚଳରେ ବାରମ୍ବାର ବନ୍ୟଜନ୍ତୁ ଶିକାର ଫାଶ ପକାଉଥିବା ର ଅଭିଯୋଗ ହୋଇଆସୁଛି। କିଛିଦିନ ପୂର୍ବରୁ ଏହିପରି ଫାଶ ପକାଇ ଏକ ହାତୀ ମୃତ ହୋଇଥିବା ବେଳେ ଆଜି ଜଣେ କାର୍ଯ୍ୟରତ ବନକର୍ମଚାରୀ ଗୁରୁତ୍ତର ହୋଇଛନ୍ତି। ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ଚିକିତ୍ସା ପାଇଁ ଖଜୁରିଆକଟା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନିଆଯାଇଥିଲା ଗୁରୁତ୍ତର ଥିବାରୁ ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟଚିକିତ୍ସାଳୟ କୁ ନିଆ ଯାଇଥିବା ବେଳେ ଅଧିକ ଚିକିତ୍ସା ପାଇଁ କଟକ ଏସ ସି ବି ମେଡିକାଲ କଲେଜ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି।