Spread the love

*ବରଗଡ଼ ଜିଲ୍ଲାସ୍ତରୀୟ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ “ସମ୍ଭବ” ପ୍ରଶିକ୍ଷଣ ଶିବିରର ଚତୁର୍ଥ ଦିବସରେ ପ୍ରଧାନ ଶିକ୍ଷକମାନଙ୍କୁ ଧନ୍ଦାମୂଳକ ଶିକ୍ଷା ଏବଂ ନେତୃତ୍ୱ ବିକାଶ ସଂମ୍ପର୍କରେ ପ୍ରଶିକ୍ଷଣ*

ବରଗଡ଼:୧୬/୧୦(ପବିତ୍ର ମେହେର) ::ବରଗଡ଼ ଜିଲ୍ଲା ସଦରମହକୁମାରେ ଅବସ୍ଥିତ ପି ଏମ ଶ୍ରୀ ବାଳିକା ହାଇସ୍କୁଲ,ବରଗଡ଼ରେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର “ସମ୍ଭବ”ର ଚତୁର୍ଥ ଦିବସରେ ଜିଲ୍ଳା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ବରଗଡ଼ର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ବେଣୁଧର ବରିହା ପ୍ରଧାନ ଶିକ୍ଷକମାନଙ୍କ ନେତୃତ୍ଵ ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ ଓ ଏଥିରେ ସାଧନକର୍ମୀ ପୁରୁଷୋତ୍ତମ ହାଇସ୍କୁଲ ରୁଚିଦାର ପ୍ରଧାନ ଶିକ୍ଷକ ଅଜୟ କୁମାର ମେହେର ତାଙ୍କୁ ସହଯୋଗ କରିଥିଲେ।ଜନତା ହାଇସ୍କୁଲ ଭୁକ୍ତାର ବିଜ୍ଞାନ ଶିକ୍ଷକ ତଥା ପ୍ରଶିକ୍ଷକ ସଞ୍ଜୟ ଖମାରୀ ବିଦ୍ୟାଳୟରେ ଧନ୍ଦାମୁଳକ ପାଠ୍ୟକ୍ରମର ଆବଶ୍ୟକତା ସମ୍ଵନ୍ଧରେ ପ୍ରଶିକ୍ଷାର୍ଥୀମାନଙ୍କ ସହ ଆଲୋଚନା କରିବା ସହ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ କ୍ୟାରିୟର ସମ୍ପର୍କିତ ସୂଚନା ପ୍ରଦାନ କରିବା ପାଇଁ କ୍ୟାରିଅର ବୁକଲେଟ୍,କ୍ୟାରିଅର ପୋର୍ଟାଲ୍ ,କ୍ୟାରିଅର ଗାଇଡେନସ,କ୍ୟାରିଅର ଟକ୍ ଆଦି କାର୍ଯ୍ୟକ୍ରମର ଆୟୋଜନ କରିବା ପାଇଁ ପ୍ରଶିକ୍ଷାର୍ଥୀମାନଙ୍କୁ ଧାରଣା ଦେଇଥିଲେ।

ଝାରବନ୍ଧ ବ୍ଲକ ଶିକ୍ଷା ଅଧିକାରୀ ଶୁଭମ୍ ପତି ପ୍ରଶିକ୍ଷାର୍ଥୀମାନଙ୍କୁ ୟୁଡାଇସ୍ ପ୍ଲସ୍ (UDISE+) ସମ୍ଵନ୍ଧରେ ତାଲିମ ପ୍ରଦାନ କରିଥିଲେ।ସାଧନକର୍ମୀ ସଙ୍ଗୀତା ରାଣୀ ମିଶ୍ର ଶିକ୍ଷାର୍ଥୀ,ଶିକ୍ଷକ,ପିତାମାତା ଓ ଶିକ୍ଷାନୁଷ୍ଠାନ ନିମନ୍ତେ ଥିବା ବିଭିନ୍ନ ପ୍ରୋତ୍ସାହନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।ସାଧନକର୍ମୀ ଆଲୋକ କୁମାର ସାହୁ ବିଦ୍ୟାଳୟରେ ବିଭିନ୍ନ କ୍ଲବର ଗଠନ ଓ ପ୍ରତ୍ୟେକ କ୍ଲବର କାର୍ଯ୍ୟକାରିତା ଉପରେ ପ୍ରଶିକ୍ଷାର୍ଥୀଙ୍କ ସହ ଆଲୋଚନା କରିଥିଲେ।ସାଧନକର୍ମୀ ପୁସ୍ତମ୍ ବିଶି ବ୍ଲୁମ୍ ଟାକ୍ସୋନୋମି ସମ୍ଵନ୍ଧରେ ଆଲୋଚନା କରିଥିଲେ।ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦକ୍ଷତା ବୃଦ୍ଧି ଓ ନେତୃତ୍ୱ ବିକାଶ ନିମନ୍ତେ ଆୟୋଜିତ ଏହି ତାଲିମ୍ ଶିବିରରେ ଭଟଲି ବ୍ଲକ,ବରଗଡ଼ ବ୍ଲକ, ବରପାଲି ବ୍ଲକ ଓ ଭେଡେନ ବ୍ଲକର ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *