Spread the love

* *ବରଗଡ଼ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିରର”ସମ୍ଭବ”ର ପଞ୍ଚମ ଓ ଷଷ୍ଠ ପର୍ଯ୍ୟାୟର ଦ୍ବିତୀୟ ଦିବସରେ ପ୍ରଶିକ୍ଷାର୍ଥୀଙ୍କୁ ବିଦ୍ୟାଳୟ ନିରାପତ୍ତା ଏବଂ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସଂକ୍ରାନ୍ତୀୟ ସୂଚନା*

ବରଗଡ଼:୨୩/୧୦( ପବିତ୍ର ମେହେର )::ପି ଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦମପୁରରେ ଜିଲ୍ଲାସ୍ତରୀୟ ପ୍ରଧାନ ଶିକ୍ଷକଙ୍କ ପଞ୍ଚମ ଓ ଷଷ୍ଠ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଉଛି।ଏଥିରେ ଝାରବନ୍ଧ ବ୍ଲକ, ପାଇକମାଳ ବ୍ଲକ,ଗାଈସିଲେଟ୍ ବ୍ଲକ୍, ରାଜବୋରାସମ୍ୱର ବ୍ଲକର ସମସ୍ତ ହାଇସ୍କୁଲ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରୁଛନ୍ତି। ପ୍ରଧାନ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରର ଦ୍ବିତୀୟ ଦିବସରେ ପ୍ରଶିକ୍ଷକ ସଞ୍ଜୟ ଖମାରୀ ସ୍ଵାସ୍ଥ୍ୟ ଓ ସ୍ବଚ୍ଛତା,ବିଦ୍ୟାଳୟ ନିରାପତ୍ତା ଏବଂ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସଂକ୍ରାନ୍ତୀୟ ପ୍ରସଙ୍ଗ ଉପରେ ଧାରଣା ଦେଇଥିଲେ।ପ୍ରଶିକ୍ଷକ ପୁସ୍ତମ୍ ବିଶି ସ୍ଵପ୍ନର ବିଦ୍ୟାଳୟ ସଂପର୍କରେ ଧାରଣା ଦେଇଥିଲେ।

ପ୍ରଶିକ୍ଷକ ଶୁଭମ୍ ପତି ୟୁ-ଡାଇସ ପ୍ଳସ (U-DISE Plus) ସମ୍ଵନ୍ଧରେ ଆଲୋଚନା କରିଥିବା ବେଳେ ଶିକ୍ଷକ ପ୍ରଶିକ୍ଷକ ବେଣୁଧର ବରିହା ନେତୃତ୍ବ ବିକାଶ ସମ୍ବନ୍ଧରେ ଆଲୋକପାତ କରିଥିଲେ ।ପ୍ରଶିକ୍ଷକ ଅଜୟ ମେହେର ବିଦ୍ୟାଳୟକୁ ସର୍ବୋତ୍ତମ ଶିକ୍ଷଣ କେନ୍ଦ୍ର ଭାବରେ ଗଢ଼ିବାରେ ପ୍ରଧାନ ଶିକ୍ଷକଙ୍କ ଭୂମିକା ସମ୍ପର୍କରେ ଗୁରୁତ୍ବ ପ୍ରଦାନ କରିଥିଲେ। ସମସ୍ତ ପ୍ରଶିକ୍ଷାର୍ଥୀ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *