Spread the love

ମୁମ୍ବଇ: ଅସୁସ୍ଥ ଥିବା ବଲିଉଡର ବର୍ଷୀୟାନ ଅଭିନେତା ଧର୍ମେନ୍ଦ୍ର ଧର୍ମେନ୍ଦ୍ରଙ୍କ ପରଲୋକ ହୋଇଛି । ପ୍ରାୟ ଏକ ସପ୍ତାହ ହେବ ମୁମ୍ବଇସ୍ଥିତ ବ୍ରିଚ୍ କାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୮୯ବର୍ଷ ବୟସରେ ପରଲୋକ ହୋଇଛି । ତେବେ ସ୍ବାସ୍ଥ୍ୟାବସ୍ଥା ଜଟିଳ ହେବାପରେ ସୋମବାର ଧର୍ମେନ୍ଦ୍ରଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା ।

ଗତ ଏପ୍ରିଲରେ ତାଙ୍କର ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଯାଇଥିଲା। ୧୯୬୦ରେ ‘ଦିଲ ଭି ତେରା, ହମ୍‌ ଭି ତେରେ’ ଚଳଚ୍ଚିତ୍ରରୁ ଧର୍ମେନ୍ଦ୍ର ତାଙ୍କର ବଲିଉଡ କ୍ୟାରିୟର ଆରମ୍ଭ କରିଥିଲେ। ପ୍ରାଥମିକ ପର୍ଯ୍ୟାୟରେ ସେ ଚରିତ୍ର ଅଭିନେତା ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ନାୟକ ଭୂମିକାରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ।ଦୀର୍ଘ ଛଅ ଦଶନ୍ଧିର କ୍ୟାରିୟରରେ ସେ ୩୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି। ବନ୍ଦିନୀ, ଅନୁପମା, ଶୋଲେ, ଚୁପ୍‌କେ ଚୁପ୍‌କେ, ମେରା ଗାଓଁ ମେରା ଦେଶ, ଡ୍ରିମଗାର୍ଲ, ଆୟା ସାୱନ ଝୁମ୍‌କେ, ସୀତା ଔର ଗୀତା, ସତ୍ୟକାମ, ଧରମବୀର, ସମାଧି, ଦି ବର୍ଣ୍ଣିଂ ଟ୍ରେନ, ରଜିଆ ସୁଲତାନ, ପ୍ରତିଜ୍ଞା, ଭଳି ଏକାଧିକ ଚଳଚ୍ଚିତ୍ରରେ ଦର୍ଶକ ତାଙ୍କ ଅଭିନୟକୁ ଏବେ ମଧ୍ୟ ମନେ ରଖିଛନ୍ତି। ତେବେ ଧର୍ମେନ୍ଦ୍ର-ହେମାମାଳିନୀ ଯୋଡି ସବୁବେଳେ ଦର୍ଶକଙ୍କ ପ୍ରଥମ ପସନ୍ଦ ରହିଆସିଛି। ନବେ ଦଶକ ଶେଷଆଡକୁ ଧର୍ମେନ୍ଦ୍ର ଚରିତ୍ର ଅଭିନେତା ଭୂମିକାକୁ ଓହ୍ଲାଇ ଆସିଥିଲେ। ଅଭିନୟ ଜଗତରୁ ଅବସର ନେବାପରେ ସେ ସକ୍ରିୟ ରାଜନୀତିରେ ପାଦ ଥାପିଥିଲେ। ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ବିଜେପି ପ୍ରାର୍ଥୀଭାବେ ସେ ରାଜସ୍ଥାନର ବିକାନେର ଆସନରୁ ଲୋକସଭାକୁ ପ୍ରତିନିଧିତ୍ବ କରିଥିଲେ।

Leave a Reply

Your email address will not be published. Required fields are marked *