Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ବଳରାମପ୍ରସାଦ ଧାନମଣ୍ଡିରେ ଅବ୍ୟବସ୍ଥା : ଟୋକନ୍ ଅଛି ହେଲେ ଚାଷୀଙ୍କ ଧାନ ନେଉନାହିଁ ମଣ୍ଡି

ଜେ ବି ଏନ୍,୨୦/୦୨/୨୦୨୧,(ରିପୋର୍ଟ ସୁବ୍ରତ ସାମଲ) ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ବଳରାମପ୍ରସାଦ ଧାନ ମଣ୍ଡିରେ ଚାଷୀ ଧାନ ବିକ୍ରି କରିବା ନେଇ, ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ଚାଷୀଙ୍କୁ ସରକାରଙ୍କ ପକ୍ଷରୁ ଟୋକନ ପ୍ରଦାନ କରାଯାଇଛି କିନ୍ତୁ ଚାଷୀଙ୍କ ଠାରୁ ଧାନ ନେଉନଥିବା ଯୋଗୁଁ ଆଜି ବଳରାମ ପ୍ରସାଦ ଅଞ୍ଚଳର ଚାଷୀ ମାନେ ଧାନ ମଣ୍ଡିକୁ ବନ୍ଦ କରିବା ସହ ଅଫିସ ସମ୍ମୁଖରେ ଧାରଣା ଦେଇଥିଲେ । ଚାଷୀଙ୍କ ପାଖରେ ଟୋକନ ଥାଇ ମଧ୍ୟ ଚାଷୀ ମାନେ ଧାନ ବିକ୍ରି କରିପାରୁ ନାହାଁନ୍ତି ।” ମାସ “ମିଳି ନଥିବାରୁ ମିଲର ଧାନ ନେଇ ପାରୁ ନାହିଁ । ଯାହା ଫଳରେ ନିରୀହ ଚାଷୀ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ମିଳିଥିବା ସୂଚନା ଅନୁଯାୟୀ ବଳରାମ ପ୍ରସାଦ ସମିତି ଅଧିନରେ ୧୦ଟି ଗାଁର ଚାଷୀ ଧାନ ବିକ୍ରି ପାଇଁ ସ୍ଥିର ହୋଇଛି । ଚଳିତ ବର୍ଷ ମୋଟ ସମୁଦାୟ ୫୬୭ ଜଣଙ୍କୁ ଟୋକାନ ପ୍ରଦାନ କରାଯାଇ ଥିବା ବେଳେ ୩୮୪ଜଣ ଧାନ ବିକ୍ରି କରି ସାରିଛନ୍ତି । ୧୮୩ଜଣ ଚାଷୀ ଧାନ ବିକ୍ରି କରି ପାରିନାହାନ୍ତି । କିଛି ଚାଷୀ ୪ଟି କିସ୍ତିରେ ଧାନ ମଣ୍ଡିରେ ବିକ୍ରି କରିଥିଲେ ମଧ୍ୟ କିଛି ଚାଷୀ ଥରୁଟିବି ଧାନ ବିକ୍ରି କରି ପାରି ନାହିଁ । ଅସନ୍ତୁଷ୍ଟ ଚାଷୀ ଏନେଇ ଆଜି ସକାଳ ୧୦ ଘଟିକା ଠାରୁ ଧାରଣା ଦେଇଥିଲେ । ଖବର ପାଇ ଅନୁଗୋଳ ଜିଲ୍ଲାର ଏଆରସିଏସ ଅଧିକାରୀ ତ୍ରିଲୋଚନ ଦେହୁରୀ ଧାରଣା ଦେଇଥିବା ଚାଷୀ ନିକଟରେ ପହଞ୍ଚି ଚାଷୀଙ୍କୁ ବୁଝା ସୁଝା କରିଥିଲେ । ଚାଷୀ ଏକ ଦାବି ପତ୍ର ପ୍ରଦାନ କରିଥିଲେ । ଆସନ୍ତା ବୁଧବାର ସୁଦ୍ଧା ଚାଷୀଙ୍କ ଧାନ ନେବାକୁ ପ୍ରତିଶୃତି ଦେବାରୁ ୨ଘଟିକା ସମୟରେ ଧାରଣାରୁ ଉଠି ଥିଲେ । ପବିତ୍ର ମହାନ୍ତି, ବିକାଶ ସାହୁ, ଗିରିଷ ଚନ୍ଦ୍ର ସାହୁ, ଜିତେନ୍ଦ୍ର ସାହୁ, ହିରେନ କୁମାର ସିଂ, ସୁକଦେବ ଦାସ, ମଧୁସୂଦନ ଦାସ, ଉଦୟ ନାଥ ଦାସ, କୃଷ୍ଣଚନ୍ଦ୍ର ମହାପାତ୍ର, ଅଜୟ ସାହୁ, ସରୋଜ ସାହୁ, ବାମନ ଦାସଙ୍କ ସମେତ ବହୁ ଚାଷୀ ଧାରଣା ଦେବା ସହ ଦାବିପତ୍ର ପ୍ରଦାନ କରିଥିଲେ।