Spread the love

ବାମରାରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ସମ୍ବଲପୁର ଜିଲ୍ଲା ବାମରା ବ୍ଲକ୍‌ ଗୋବିନ୍ଦପୁର ଠାରେ ଆଜି ସକାଳେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି | ଉକ୍ତ କାର୍ଯ୍ୟକ୍ରମ କୁ BDO ପୁଷ୍ପକ ପ୍ରଧାନ ତଦାରଖ କରିଥିବା ବେଲେ ପାନୀୟ ଜଳ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ରବି ନାରୟଣ ନାଏକ ଉପସ୍ଥିତ ରହି ସଫେଇ କରିଥିଲେ | ପ୍ରଥମେ ଗୋବିନ୍ଦପୁର ଗୋଷ୍ଠୀ ଚିକିତ୍ସକେନ୍ଦ୍ର ରୁ ସଫେଇ ଅଭିଯାନ ଆରମ୍ଭ କରି ଗୋବିନ୍ଦପୁର ମୁଖ୍ୟ ରାସ୍ତା କୁ ମନ୍ତ୍ରୀ ନିଜେ ସଫେଇ କରିଥିଲେ | ଉକ୍ତ କାର୍ଯ୍ୟକ୍ରମ ରେ ବାମରା ତହସିଲଦାର ବିଶାଲ୍ ପଟେଲ ଅତିରିକ୍ତ ତହସିଲଦାର ସୁଜୟ କୁମାର ପଣ୍ଡା,ଓ ଅନ୍ୟ କର୍ମଚାରୀ ସହଯୋଗ କରିଥିଲେ | କାର୍ଯ୍ୟକ୍ରମରେ ବାମରା ର ସମସ୍ତ ପଦାଧିକାରୀ CDPO,ସୁପରଵାଇଯର ସ୍କୂଲ ଶିକ୍ଷକ ଶିକ୍ଷୟିତ୍ରୀ,ଅଙ୍ଗନବାଡି କର୍ମୀ ସହାୟିକ,BAO, ପଂଚାୟତ ସମିତି ଓ ବିଜ୍ଞାପିତ ଅଂଚଳ ପରିଷଦ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ |

ବାମରା ରୁ  ନରେନ୍ଦ୍ର ସାହୁ ଜାଗ୍ରତ ଭାରତ ନ୍ୟୂଜ୍

Leave a Reply

Your email address will not be published. Required fields are marked *